Site icon Awaj Media

ବୃକ୍ଷ ରୋପଣକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଯୁବ ସମାଜସେବୀଙ୍କ ଆହ୍ୱାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ବନ ମହୋତ୍ସବ ଅବସରରେ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ପରିବେଶ ସୁରକ୍ଷା ନେଇ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଗୋଟିଏ ଦିନ ବୃକ୍ଷ ରୋପଣ କରିବା ଯଥେଷ୍ଟ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ଅତିକମରେ ପାଞ୍ଚଟି ଗଛ ଲଗାଇବା ଏବଂ ତାହାର ଯତ୍ନ ନେବା ଆମର ନୈତିକ କର୍ତ୍ତବ୍ୟ । ପ୍ରକୃତି ସହ ସମ୍ପର୍କ – ଗଛ ଆମର ଜୀବନ। ଯଦି ଆମେ ପୃଥିବୀକୁ ବଞ୍ଚାଇବାକୁ ଚାହୁଁ, ତେବେ ବନୀକରଣ ହିଁ ଏକମାତ୍ର ରାସ୍ତା। ଭବିଷ୍ୟତ ପିଢ଼ି ପାଇଁ ସଞ୍ଚୟ – ଆମେ ଆଜି ଯେଉଁ ଗଛ ଲଗାଇବୁ, ତାହା ଭବିଷ୍ୟତ ପିଢ଼ିକୁ ଶୁଦ୍ଧ ବାୟୁ ଓ ସୁସ୍ଥ ପରିବେଶ ପ୍ରଦାନ କରିବ । ଏହା ଆମ ପକ୍ଷରୁ ଆଗାମୀ ପିଢ଼ି ପାଇଁ ସର୍ବଶ୍ରେଷ୍ଠ ଉପହାର । ଯୁବ ସମାଜକୁ ଆହ୍ୱାନ – ଯୁବପିଢ଼ିକୁ ଉତ୍ସାହିତ କରି ସେ କହିଛନ୍ତି, “ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କେବଳ ଏକ ସରକାରୀ ଯୋଜନା ଭାବେ ନ ଦେଖି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରନ୍ତୁ। ଜଳବାୟୁ ପରିବର୍ତ୍ତନର ମୁକାବିଲା – ବର୍ତ୍ତମାନର ବିଶ୍ୱ ତାପମାୟନ (Global Warming) ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ହିଁ ଏକମାତ୍ର ସ୍ଥାୟୀ ସମାଧାନ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ସମସ୍ତ ସ୍ଥାନୀୟ ବାସିନ୍ଦା ଏବଂ ସାଥୀ ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ ହୋଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ।

Exit mobile version