ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଡାକ୍ତର ଆନ୍ଦୋଳନ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ। ଶହ ଶହ ରୋଗୀଙ୍କ ପାଇଁ ମାତ୍ର 3 ଜଣ ଆୟୁଷ ଡାକ୍ତର ଆଉଟୁଡୋର ରୋଗୀ ଦେଖିବା ରୋଗୀ ସେବାରେ ଅବ୍ୟବସ୍ଥା ଦେଖା ଦେଇଛି। ସେପଟେ ବିଭିନ୍ନ ୱାର୍ଡରେ ଡାକ୍ତର ନଥିବାରୁ ବେଡ଼ ପଡି ଛଟପଟ ହେଉଛନ୍ତି। ଚିକିତ୍ସା ନ ମିଳିବାରୁ ଘଡୁଆଳ ଗାଁର 65 ବର୍ଷର ବୃଦ୍ଧ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଛି। ସେ ଶ୍ଵାସ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ 5 ଦିନେ ତଳେ ଆସିଥିଲେ। ଆଜି ଡାକ୍ତର ଆନ୍ଦୋଳନ ଯୋଗୁ କୌଣସି ଡାକ୍ତର ୱାର୍ଡକୁ ନସିବାରୁ କମ୍ପାଉନଣ୍ଡର ଦେଖିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବା ବେଳଙ୍କୁ ଡାକ୍ତରଙ୍କ ଚିକିତ୍ସା ନ ମିଳିବା ରୁ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କମ୍ପାଉନଣ୍ଡର ଦେଖିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବା ବେଳଙ୍କୁ ଡାକ୍ତରଙ୍କ ଚିକିତ୍ସା ନ ମିଳିବା ରୁ ଦିନବନ୍ଧୁ ବରାଡ଼ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସେପଟେ 18 ଦଫା ଦାବି ନେଇ ଜିଲ୍ଲାର 134 ଜଣ MBBS ଡାକ୍ତର ଆନ୍ଦୋଳନ ରହିଥିବା ଡାକ୍ତର ସଙ୍ଘ ପକ୍ଷରୁ କୁହାଯାଇଛି। ଜିଲ୍ଲାର 51ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତ ପାଇଁ ରୋଗୀ ସେବା ଅଚଳବ୍ୟବସ୍ଥା ହୋଇଛି । ସମସ୍ତ ଡକ୍ଟର ମାନଙ୍କର ଗୋଟିଏ ଜିଦି ରହିଚିକି ଆମର ସମସ୍ତ ଦାବି ପୂରଣ କରାଗଲେ ଆମେ ପୁନର୍ବାର କାଯ୍ୟରେ ଯୋଗଦେବୁ l ଆଜି ହେଉଛି ବିଶ୍ଵ ଡାକ୍ତର ଦିବସ ଏଭଳି ଦିନରେ ଡାକ୍ତର ନିଜର ସେବା କରିବା ଛାଡି ନିଜର ଦାବିପୂରଣ କରିବା ପ୍ରତିବାଦରେ ବସିଛନ୍ତି l ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଆଜିର ବିକଳ ଚିତ୍ର ସମସ୍ତ ଜନସଧାରଙ୍କୁ ଦୁଃଖିତ କରିଛି l ଗୋଟିଏ ପଟେ ଲମ୍ବା ଲାଇନ ରୋଗୀଙ୍କର ଅନ୍ୟ ପଟେ ଡାକ୍ତର ନଥିବାରୁ ଜଣକର ମୃତ୍ୟୁ l ନିଜର ଟିକେଟ କାଗଜ କୁ ଧରି ରୋଗୀଟିଏ ସେମିତି ଧାଡିରେ ଛିଡାହେଇଛି l ଗାଁ ଗହଳିରୁ ଆସିଥିବା ଲୋକ କଣ ଜାଣିବ ଡାକ୍ତର କେଉଁ ଦାବି ନେଇ ଆସୁନାହାନ୍ତି l
ଡାକ୍ତରଙ୍କ ଆନ୍ଦୋଳନ ରେ ରୋଗୀ ସେବା ବିପର୍ଯ୍ୟସ୍ତ !!!

