Site icon Awaj Media

ପାରଳା ପୋଲିସ ପକ୍ଷ ରୁ ଦେଶୀ ମଦ ଜବତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ସୁଭାଷ ନଗର, ଜଗିଲିଲି ସାହିରେ ପୋଲିସ ଚଢ଼ାଉ କରି ଶ୍ରୀମତୀ ପୋଲାକି ଶାନ୍ତମ୍ମାଙ୍କ ଘରୁ ପ୍ରାୟ ୫୦୦ ଲିଟର ଦେଶୀ ମଦ ଜବତ କରିଛି । ଏହି ମଦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏହି ଘଟଣାରେ ବେଆଇନ ଭାବେ ଦେଶୀ ମଦ ରଖିବା, ପ୍ରସ୍ତୁତ ଓ ବିକ୍ରି କରିବା ସହ ସଂଗଠିତ ଅପରାଧ ସମ୍ବନ୍ଧୀୟ ଆଇନ ଧାରାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୭୫/୨୦୨୬ ରୁଜୁ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଗଣମାଧ୍ୟମକୁ ପାରଳା ଥାନା ପକ୍ଷ ରୁ ସୂଚନା ପ୍ରଦାନ କରାଯାଇଛି ।

Exit mobile version