Site icon Awaj Media

କଳାପଥର-ଖଣ୍ଡପଡ଼ା ରୋଡରେ ନୂତନ ପେଟ୍ରୋଲ୍ ପମ୍ପ୍ ଉଦ୍‌ଘାଟିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର-ଖଣ୍ଡପଡ଼ା ରୋଡ ତଥା କଳାପଥର ଗ୍ରା.ପ. ସୀମାବର୍ତ୍ତୀ ଫତେଗଡ଼ ନିକଟରେ ଏକ ନୂତନ ପେଟ୍ରୋଲ୍ ପମ୍ପ୍ ଆଜି ଉଦ୍‌ଘାଟିତ ହୋଇଯାଇଛି । ବାଙ୍କୀର ଆଦିଶ୍ରୀ ଇଣ୍ଟର ପ୍ରାଇସେସ୍ ସଂସ୍ଥା ଆନୁକୁଲ୍ୟରେ ଓ ଭାରତ ପେଟ୍ରୋଲିୟମ୍ କମ୍ପାନୀ ସହାୟତାରେ ଏହି ପେଟ୍ରୋଲ୍ ପମ୍ପ୍ କଳାପଥର-ଖଣ୍ଡପଡା ରୋଡ୍ ଠାରେ ଆଜିଠାରୁ କାର୍ଯ୍ୟକ୍ଷମ ହେଲା । ମୁଖ୍ୟଅତିଥି ଭାବେ ସମାଜସେବୀ ବେଣୁଧର ପ୍ରଧାନ ଏହାକୁ ରିବନ୍ କାଟି ଶୁଭ ଉଦ୍‌ଘାଟନ କରି ଏହି ଅଞ୍ଚଳର ଜନସାଧାରଣ ଓ ବିଶେଷ କରି ପର୍ଯ୍ୟଟକ ମାନେ ଏହି ରାସ୍ତାରେ ଯିବାଆସିବା କରୁଥିବାରୁ ସେମାନଙ୍କ ଗାଡିରେ ଇନ୍ଧନ ଯୋଗେଇବା ପାଇଁ ସୁବିଧା ପାଇପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ମଞ୍ଜୁଲତା ବାରିକ ଯୋଗଦାନ କରି ଏହି ଅଞ୍ଚଳବାସୀଙ୍କର ସୁଖଦୁଃଖର ସାଥୀ ଭାବେ ଏହି ପେଟ୍ରୋଲ୍ ପମ୍ପ୍ ଲୋକମାନଙ୍କର ଆଶା ପୂରଣ କରିବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ପେଟ୍ରୋଲ୍ ପମ୍ପ୍ ଦ୍ୱାରା ଫତେଗଡ଼ସ୍ଥିତ ଦ୍ୱିତୀୟ ଅଯୋଧ୍ୟାକ୍ଷେତ୍ର ଶ୍ରୀରାମ ମନ୍ଦିର ଓ ପ୍ରଭୁ ନୀଳମାଧବଙ୍କ ଯିବା ଆସିବା ରାସ୍ତାରେ ଅବସ୍ଥିତ ଏହି ପେଟ୍ରୋଲ୍ ପମ୍ପ୍ ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଓ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସେମାନଙ୍କ ଗାଡ଼ିରେ ପେଟ୍ରୋଲ୍ ଡିଜେଲ୍ ପକାଇବାର ସୁବିଧା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଆଦ୍ୟଶ୍ରୀ ଇଣ୍ଟରପ୍ରାଇସେସ୍ ଅଧ୍ୟକ୍ଷା ଆଶାଲତା ପଣ୍ଡା, ଦେବାଶିଷ ପାଢୀ, ଆଶିଷ କୁମାର ପାଢୀ, ତ୍ରିଲୋଚନ ଦାସ ଓ ଆଶିଷ କୁମାର ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଏହାର ସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମକୁ ଜ୍ୟୋତିରଞ୍ଜନ ରାଉତ, ଅର୍ଜୁନ ଦାସ ପ୍ରମୁଖ ସହାୟତା କରିଥିବା ବେଳେ ଆଶିଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version