କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟରେ ବର୍ଷା କାଚିଲା – ପ୍ରଶାସନ ଅlଲର୍ଟ ରେ ! କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି । ରେଡ ଆଲର୍ଟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ସତର୍କ ଓ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି । ଭୂସ୍ଖଳନ ଓ ଜଳବନ୍ଦୀ ପରିସ୍ଥିତିକୁ ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଜ଼ିଲ୍ଲାବାସୀ ସତର୍କ ରହିବା ସହ ଜରୁରୀ କାମ ନ ଥିଲେ ଘରୁ ବାହାରୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଜ଼ିଲ୍ଲାରେ ସମୁଦାୟ 391 ପ୍ରତିଶତ ବର୍ଷା ହୋଇଥିବା ବେଳେ ବିଶେଷ କରି ଜ଼ିଲ୍ଲାର ଲମତାପୁଟ, ନନ୍ଦପୁର, କୋଟପାଡ଼ ଓ ବୋରିଗୁମ୍ମା ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଆଜି ମାଛ କୁଣ୍ଡ ଜଳ ଭଣ୍ଡାର ରୁ ଜଳ ନିଷ୍କାସନ ହୋଇଥିବାର ସୂଚନା ମିଳିଛି l
କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଜାରି !!!

