ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତି ପାଣିପାଗ ପୁରା ଗୋଳିଆ ! ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଆଶଙ୍କା , ଦ୍ଵନ୍ଦରେ ତୃଣମୂଳ ସ୍ତରୀୟ ନେତା ! ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ସମୟରେ ପଂଚାୟତରେ ଲଢ଼ିବାକୁ ମନ ସ୍ଥିର କରିଥିବା ନେତା ଏବେର ପରିସ୍ଥିତିରେ ନେତା ସ୍ଥିର କରି ପାରୁ ନାହାନ୍ତି ! ବାଙ୍କୀ ରେ ପ୍ରାୟତଃ ପଞ୍ଚାୟତ ଭୋଟରେ ଲଢେଇ ଦ୍ଵିମୁଖୀ ହୋଇଥାଏ , ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥାଏ ଲଢେଇ ! ତେବେ ଗତ 2022 ନିର୍ବାଚନରେ ବାରଙ୍ଗ 32 ନମ୍ବର ଜୋନ ରେ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ବିଜୟ ଲାଭ କରିଥିଲେ , ପରବର୍ତ୍ତୀ 2024 ନିର୍ବାଚନରେ ସେ ବିଜେପି ରୁ ଟିକେଟ ପାଇ ବିଧାୟକ ପାଇଁ ଲଢ଼ିଥିବା ସମୟରେ ଦୁଇ ନମ୍ବର ସ୍ଥାନରେ ମଧ୍ୟ ରହିଥିଲେ ! ତେଣୁ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପ୍ରାୟତଃ ପଂଚାୟତ ଏବଂ ଛ ଟି ଯାକ ଜିଲ୍ଲା ପରିଷଦ ଜୋନରେ ତ୍ରିମୁଖୀ ଲଢେଇ ହେବାର ଅନୁମାନ କରାଯାଉଛି ! ତେବେ ଏ ମଧ୍ୟରେ ବାଙ୍କୀ ବିଧାୟକ ବିଜେଡିରୁ ନିଲମ୍ବିତ ହୋଇ ସାରିଛନ୍ତି ! ଏବଂ ଆସନ୍ତା 2029 ସାଧାରଣ ନିର୍ବାଚନ ପୂର୍ବରୁ 2027 ପଞ୍ଚାୟତ ନିର୍ବାଚନ ବହୁ ଗୁରୁତ୍ୱ ବହନ କରୁଥିବାରୁ ପ୍ରାୟତ ପଂଚାୟତରେ ଚତୁର୍ଥ ପ୍ରାର୍ଥୀ ଅବତୀର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି !
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଆଶଙ୍କା : ଦ୍ଵନ୍ଦରେ ତୃଣମୂଳ ସ୍ତରୀୟ ନେତା !!!

