ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଲଗାଣ ବର୍ଷା ସାଜିଛି ବାଧକ , ନା ଡଙ୍ଗା ନେଇ ମହାନଦୀ କୁ ଯାଇ ହେଉଛି , ନା ମାଛ ମାରି ବିକ୍ରି କରି ହେଉଛି ! ସମଗ୍ର ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା ! ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର ! ମୁଣ୍ଡଳୀ ରେ ଜଳସ୍ତର ବଢିବା ପରେ ଆଜି ଦୁଇଟି ସୁଇସ ଗେଟ ଖୋଲା ଯାଇଥିବାର ସୂଚନା ମିଳିଛି ! ତିନି ଦିନ ହେଲାଣି ହାତ ବାନ୍ଧି ବସି ରହିଛନ୍ତି ମହାନଦୀ କୁଳ ମୁଣ୍ଡଳୀ ଅଂଚଳରେ ରହୁଥିବା ଧୀବର ମାନେ ! ଜୀବନ ଜୀବିକା ପାଇଁ ମୁଣ୍ଡଳୀ ଅଞ୍ଚଳର କୈବର୍ତ୍ତ ସମ୍ପ୍ରଦାୟ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି ମହାନଦୀ ଉପରେ ! ଏବେ ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ! ବର୍ଷା କାରଣରୁ ଡଙ୍ଗା ନେଇ ମହାନଦୀ କୁ ମାଛ ମାରି ଯାଇ ପାରୁନାହାନ୍ତି ଧୀବର ମାନେ !
ପେଟରେ ନାତ ମାରିଛି ଲଗାଣ ବର୍ଷା : ହାତ ବାନ୍ଧି ବସି ରହିଛନ୍ତି ଧୀବର !!!

