Site icon Awaj Media

୭୭ତମ ବନ ମହୋତ୍ସବ ସପ୍ତାହ ପାଳନ : ଚନ୍ଦ୍ରଗିରି ଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଚନ୍ଦ୍ରଗିରି ଠାରେ ଏକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗରାଜୁ , ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ , ବନାଞ୍ଚଳ ଅଧିକାରୀ ଶ୍ରୀ ରୂପକ ପ୍ରଧାନ , ଚନ୍ଦ୍ରଗିରି ସରପଞ୍ଚ ରଜନୀକାନ୍ତ ପ୍ରଧାନ , ମହିଳା ମଣ୍ଡଳର ସଦସ୍ୟ , ବିଭିନ୍ନ ଗ୍ରାମର ଜନ ପ୍ରତିନିଧିମାନେ ଏବଂ ଚନ୍ଦ୍ରଗିରି ଗାର୍ଲସ୍ ସ୍କୁଲର ଛାତ୍ରୀମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଭାବେ ବାଉଁଶ ମଞ୍ଜିରୁ ପ୍ରସ୍ତୁତ ମାଟି ଗୁଳାକୁ ଚନ୍ଦ୍ରଗିରି ଗାର୍ଲସ୍ ସ୍କୁଲର ଛାତ୍ରୀମାନଙ୍କ ସହଯୋଗରେ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ପ୍ରାକୃତିକ ବନାଞ୍ଚଳରେ ନିକ୍ଷେପ କରାଯାଇଥିଲା । ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ବାଉଁଶ ବନର ପୁନରୁଦ୍ଧାର ଏବଂ ପରିବେଶ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ସଚେତନ କରାଯାଇଥିଲା । ବନ ସଂରକ୍ଷଣ, ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ କରାଯାଇଥଲା ।

Exit mobile version