ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକର ଦୁଲଣାପୁର ଏବଂ ତାଳବସ୍ତ ଗ୍ରାମ ପଂଚାୟତ ରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ର ଲୋକଙ୍କ ସେବାରେ ଲାଗୁନାହିଁ ! ପୂର୍ବ ସରକାର ସମୟରେ କେନ୍ଦ୍ର ସରକାର ଓଡିଶାର ଯେଉଁ ପାଞ୍ଚୋଟି ଗ୍ରାମକୁ ସ୍ମାର୍ଟ ଭିଲେଜ କରିଥିଲେ, ସେଥିମଧରୁ ବାଙ୍କୀ ଡମପଡା ବ୍ଲକର ତାଳବସ୍ତ ପଂଚାୟତ ଥିଲା ଅନ୍ୟତମ | ଯେଉଁଥିରେ ପାଞ୍ଚଗୋଟି ପଂଚାୟତ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ସେହି ସମୟରେ ଆସି ବହୁତ ଗୁଡିଏ ଉର୍ଣ୍ଣୟନମୂଳକ କାର୍ଯ୍ୟକ୍ରମ ହୋଇଥିଲା | କିନ୍ତୁ ପରେ ଓଡିଶାରେ ଶାସନ ବଦଳିବା ସହିତ ତାଳବସ୍ତ ପଂଚାୟତର ଜନ ପ୍ରତିନିଧି ମଧ୍ୟ ପରିବର୍ତ୍ତନ ହୋଇଥିଲେ | ୟା ଭିତରେ ରାଜ୍ୟ ସରକାର ନିଜ ଶାସନର ଦୁଇବର୍ଷ ପୂର୍ତ୍ତୀ ମହା ସମାରୋହରେ ପାଳନ କରୁଅଛି | ପୂର୍ବରୁ ପ୍ରାଣୀଧନ ସହାୟକ ଘର ପାଇଁ ଯାହାସବୁ ତିଆରି ହୋଇଥିଲା ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ସହିତ ପଂଚାୟତ ଓ ବ୍ଲକ ପ୍ରଶାସନର ଦୁରଦୃଷ୍ଟିର ଅଭାବ ପାଇଁ ସମ୍ପୂର୍ଣ ନଷ୍ଟ ହେବାକୁ ବସିଲାଣି | ତାଳବସ୍ତ ପରି ଏକ କୃଷିପ୍ରଧାନ ପଂଚାୟତରେ ପଦନପୁର, ଗୋଡିପଟଣା, ସାମନ୍ତରାପୁର, ରାଉତରାପୁର ଗାଁ ପରି କୋଡିଏ ରୁ ଅଧିକ ସାହି ରହିଛି | ସେହିପରି ଦୁଲଣାପୁର ଗ୍ରାମରେ 17 ଟି ୱାର୍ଡ ସହିତ ଅରପୁର, ଦୁଲଣାପୁର ଓ ତିନୋଟି ଶବର ଜନଜାତି ଲୋକ ବସବାସ କରୁଛନ୍ତି | ଗାଈ ଗୋରୁଙ୍କ ସୁରକ୍ଷା ଓ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାରେ ଗୋରୁ ଆଶ୍ରୟସ୍ଥଳୀ ଏବଂ ପଂଚାୟତ ପ୍ରାଣୀଧାନ ସହାୟକ କେନ୍ଦ୍ର ନିର୍ମିତ ହୋଇଥିଲା କିନ୍ତୁ ଏବେ ସେହି ସ୍ଥାନରେ କୌଣସି ପ୍ରାଣୀଡାକ୍ତର ରହୁ ନାହାନ୍ତି ବରଂ ଅନ୍ୟଠି ରହି କାମ କରୁଛନ୍ତି | କାର୍ଯାଳୟରେ ସବୁଦିନ ତାଲା ଝୁଲିକି ପଡି ରହୁଛି | ସନ୍ଧ୍ୟାହେଲେ ଗଞ୍ଜୋଡ଼ ମଦ୍ୟପଙ୍କ ଆଡା ଜମୁଛି | ଏଠାରେ ଲାଗିଥିବା ଦାମୀ ଜିନିଷ, ଲୁହା କବାଟ,ଝରକା ଏବଂ ବିଦ୍ୟୁତ ସରଞ୍ଜାମ ସବୁ ଚୋରି ହୋଇଗଲାଣି | ବୁଲାଷଣ୍ଢ, ଗୋରୁଙ୍କ ପାଇଁ ନିର୍ମାଣ କରାଯାଥିବା ଆଶ୍ରୟସ୍ଥଳୀରେ ରହୁଛନ୍ତି ହିଂସ୍ର ଜଙ୍ଗଲି ଜନ୍ତୁ ଏବଂ ଅନାବନା ଗଛସବୁ ଏଣେ ତେଣେ ମାଡି ଗୋଟେ ପ୍ରକାର ଭୟାବହ ଓ ଅସ୍ୱାସ୍ଥ୍ୟକର ପରିବେଶ ତିଆରି ହୋଇଛି | ତାଳବସ୍ତ ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କର ଏଥିପ୍ରତି ମଧ୍ୟ ଦୃଷ୍ଟି ରହୁନାହିଁ | ରାଜନୀତିର ପଶାପାଲିରେ ସରକାରୀ ଟଙ୍କାରେ ନିର୍ମିତ ଏହି ପ୍ରାଣୀଧନ ଚିକିତ୍ସାଳୟ ଓ ଜୀବଜନ୍ତୁ ଆଶ୍ରୟସ୍ଥଳୀ ନଷ୍ଟ ହେବାକୁ ବସିଛି | ନିଘୋଡ଼ ନିଦ୍ରାରେ ଶୋଇଥିବା ଡମପଡା ବ୍ଲକ ପ୍ରଶାସନର ଏଥିପ୍ରତି ସୁଦୃଷ୍ଟି ମଧ୍ୟ ପଡୁନାହିଁ | ବାଙ୍କୀ ଉପଖଣ୍ଡ ପ୍ରାଣୀଧାନ ଅଧିକାରୀ ଡକ୍ଟର ଶିରୀଶ କୁମାର ସାହୁ ଏ ବିଷୟରେ ସମ୍ପୂର୍ଣ ଅଜ୍ଞ ଅଟନ୍ତି | ତଥାପି ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି | ତାଳବସ୍ତ ଦାୟିତ୍ୱରେ ଥିବା ଏଲ ଆଇ ସତ୍ୟବ୍ରତ ନାୟକ କୁହନ୍ତି ଯେ ପଂଚାୟତ ର ମୁଖ୍ୟ ସରପଞ୍ଚ ଏବଂ ବ୍ଲକ ବିଡ଼ିଓ ଏଥିପ୍ରତି ଉଦାସୀନ ଅଛନ୍ତି | ବହୁ ବର୍ଷ ହେବ 2015 ମସିହା ଠାରୁ ଘର କାମ ସରି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ଫଳକ ଉନ୍ମୋଚନ ହୋଇଥିଲେ ମଧ୍ୟ ଘର ହସ୍ତାନ୍ତର ହୋଇ ନାହିଁ | ତେବେ ଏଠି ପ୍ରଶ୍ନ ଉଠୁଛି ଯେ ମଝିରେ ମେଗା ପାଣି କାର୍ଯ୍ୟକ୍ରମ କିମ୍ବା ଗାଁ ଡ୍ରାମା ନାଟକ କଳାକାର,ପୁଣି କେବେ ବିଦ୍ୟୁତ ନିର୍ମାଣ କର୍ମଚାରୀଙ୍କ ପାଇଁ ଏହି ଘର ଅସ୍ଥାୟୀ ଭାବେ ତିଆରି ହୋଇଛି |
ତାଳବସ୍ତ ଏବଂ ଦୁଲଣାପୁର ଉଭୟ ଗ୍ରାମାଞ୍ଚଳ ଲୋକଙ୍କ ଭିତରେ ଗୋଟେ ପ୍ରକାର ବୈପ୍ଲବତା ମନୋଭାବ ନିଜ ଅଞ୍ଚଳର ସୁରକ୍ଷା ପାଇଁ ରହୁନି ବୋଲି କ୍ଷୋଭର ସହ ସାମାଜିକ କର୍ମୀ ପ୍ରଦ୍ୟୁମ୍ନ କୁମାର ପାଲ କୁହନ୍ତି | ତାଳବସ୍ତ ପଂଚାୟତ ମୁଖ୍ୟ ସରପଞ୍ଚଙ୍କ ପ୍ରତିନିଧି ଆଲୋକ ସାହୁ କୌଣସି ପ୍ରକାର ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମରେ ମୁଣ୍ଡ ପୁରାଉନାହାନ୍ତି କି ହସ୍ତକ୍ଷେପ କରୁନାହାନ୍ତି | ଦୁଲଣାପୁର ପ୍ରଣୀଧାନ ସହାୟକ କେନ୍ଦ୍ର ଘରେ ଲୋକଙ୍କ ଧାନବସ୍ତା ରହୁଛି ପୁଣି କେନ୍ଦ୍ର ସମ୍ମୁଖରେ ବାହାର ଲୋକଙ୍କ ବାଲିଗୋଡି ନିୟମିତ ରହୁଅଛି | ଡମପଡା ବିଡ଼ିଓ ଅଂଶୁମାନ ଦାସଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉତ୍ତର ଦେଇଥିଲେ ଯେ ବିଭାଗୀୟ ଅଧିକାରୀଙ୍କ ସହିତ କଥା ହୋଇ,ମୁଁ ନିଜେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରି ସେଠାରେ ପଶୁ ଡାକ୍ତର ରହି ସେବା କରିବାର ବ୍ୟବସ୍ଥା କରିବି |
ସାଧାରଣ ଲୋକଙ୍କ ମତାମତ
1.ସୁଧାଂଶୁ ଶେଖର ନାୟକ -ସାମାଜିକ କର୍ମୀ -ଅରପୁର
ଉଭୟ ଦୁଲାଣପୁର ଏବଂ ତାଳବସ୍ତ ଗ୍ରାମ ପଂଚାୟତର ପ୍ରାଣୀଧନ ସହାୟକ କେନ୍ଦ୍ର ଘର ଗୁଡିକ ହସ୍ତାନ୍ତର କରାଯାଉନାହିଁ |ଲକ୍ଷାଧିକ ଟଙ୍କାର ଘର ଭାଙ୍ଗିବାକୁ ବସିଲାନି |RTI ରେ ତଥ୍ୟ ମଗାଯାଇଛି | ପ୍ରାଣୀଧନ ବିଭାଗର ମୁଖ୍ୟ ଏଥିରେ ସହଯୋଗ କରୁ ନାହାନ୍ତି |ତେଣୁ ତୁରନ୍ତ ବାଙ୍କୀ ଉପ ଜିଲ୍ଲାପାଳ କିମ୍ବା କଟକ ଜିଲ୍ଲାପାଳ ଏହାକୁ ଗଭୀରତାର ସହ ନେଇ କେନ୍ଦ୍ର ଦୁଇଟିକୁ କାର୍ଯ୍ୟକ୍ଷମ କରନ୍ତୁ|
2.ବିକାଶ କୁମାର ସ୍ୱାଇଁ -ଅରପୁର ଗ୍ରାମବାସୀ
2015ରୁ ବାଙ୍କୀ ବିଧାୟକଙ୍କ ଦ୍ଵାରା ଏହା ଫଳକ ଉଦଘାଟନ ହୋଇ କେବଳ ପଡି ରହିଛି | ଖୋଲିଲେ ସିନା ପଂଚାୟତ ବାସୀ ଉପକୃତ ହୁଅନ୍ତେ | ବାଙ୍କୀ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଖୋଲିବାର ବ୍ୟବସ୍ଥା କରନ୍ତୁ |
3.ବିଚିତ୍ରାନନ୍ଦ ମହାପାତ୍ର -ଦୁଲଣାପୁର ଗ୍ରାମବାସୀ
କେବଳ ତାଳବସ୍ତ ନୁହେଁ ଆମ୍ବ ଦୁଲଣାପୁର ଗ୍ରାମ ପଂଚାୟତ ଆଗରେ ଏକ ପ୍ରାଣୀଧାନ ସହାୟକ କେନ୍ଦ୍ର ତିଆରି ହୋଇ ବହୁ ବର୍ଷ ହେବ ସେଥିରେ ତାଲା ଝୁଲୁଛି | ଦମପଡା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି ଆଗ୍ରହ ଦେଖାଉ ନାହାନ୍ତି..!! ସରପଞ୍ଚ ଏବଂ ବିଡ଼ିଓଙ୍କ ଭିତରେ ବିଲକୁ ନେଇ ଘର ତାଲା ପଡୁଥିବାର ବହୁବର୍ଷ ହେବ ଜନ ସାଧାରଣ ଶୁଣି ଆସୁଛନ୍ତି | ନୂଆ ସରପଞ୍ଚ ଦୁଇବର୍ଷ ହେବ ଶାସନ କରିଥିଲେ ମଧ୍ୟ ଏହି ଘଟଣାରେ ତୁଣ୍ଡ ଖୋଲୁ ନାହାନ୍ତି |
4.ଲିପୁନ କୁମାର ସାହୁ -ତାଳବସ୍ତ -ସାମାଜିକ କର୍ମୀ
ପୂର୍ବ ବିଜେଡି ସରକାର ସମୟରେ ଏହି ଦୁଇଟି ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମିତ ହୋଇଥିଲା |ଲୋକଙ୍କ ସେବାରେ ଏହା ଏପର୍ଯ୍ୟନ୍ତ ଲାଗୁନାହିଁ | ବାଙ୍କୀ ଦମପଡା ବିଡ଼ିଓ ବାରମ୍ବାର ବଦଳି ସାଙ୍ଗକୁ ତାଳବସ୍ତ ସରପଞ୍ଚ ମଧ୍ୟ କେନ୍ଦ୍ର କିପରି ହସ୍ତାନ୍ତର ହେବ, ତାହା ପ୍ରତି ନଜର ଦେଇ ନାହାନ୍ତି | କେବଳ ଯାହା ଗଣମାଧ୍ୟମ ଏହା ପ୍ରଶାସଣ ହେଉଛି | ଉପ ଜିଲ୍ଲାପାଳ ଏହା ଉପରେ ହସ୍ତକ୍ଷେପ କରି ଶୀଘ୍ର ଖୋଲିବାକୁ ଅନୁରୋଧ .|

