Site icon Awaj Media

୭୭ ତମ ବନମହୋତ୍ସବ ପାଳନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲାର ବାଙ୍କୀ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ୭୭ତମ ବନମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରି ଅନିତା ପ୍ରଧାନ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଡମପଡା ବି.ଇ.ଓ କାମରାଜ ସାହୁ ଓ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ବଳରାମ ପାଇକରାୟ ଯୋଗଦାନ କରି, ପରିବେଶ ପ୍ରତି ଅଧିକ ଯତ୍ନବାନ ହେଲେ ଆମେ ସୁନ୍ଦର, ସୁସ୍ଥ, ନିରୋଗ ତଥା ନିରାମୟ ଜୀବନଯାପନ କରିପାରିବା ବୋଲି ମତବ୍ଯକ୍ତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ, କୌଶଲ୍ୟା ଦେଇ,ସ୍ନିଗ୍ଧା ମିଶ୍ର , ମିନା କୁମାରୀ ଜେମା,ସରିତା ସାହୁ, ମୋନାଲିସା ନାଏକ, ସ୍ବେତାଲିନା ସାମଲ,ଅସ୍ମିତା ସାହୁ , ମଧୁସ୍ମିତା ସାହୁ, ସନ୍ଧ୍ୟାରାଣୀ ବେହେରା , ସ୍ନେହାଞ୍ଜଳୀ ମହାପାତ୍ର , ପିଙ୍କି ଦିଗଲ,ମମତାମୟୀ ଜେନା, ପ୍ରିୟଦର୍ଶିନୀ ମହାରଣା,ସସ୍ମିତା ବେହେରା,ପ୍ରଭାତି ସାହୁ, ଶ୍ରଦ୍ଧା ସରସ୍ବତୀ ପରିଡା,ସଙ୍ଗୀତା ବେହେରା, ଶିକ୍ଷକ ରାଜେନ୍ଦ୍ର ମଙ୍ଗୁଆଲ, ବିଜୟ କୁମାର ପଟ୍ଟନାୟକଙ୍କ ସହିତ ବସନ୍ତ କୁମାର ଭୋଇ,ଫକୀର ଚରଣ ଖଟୁଆ, ଅଜୟ କୁମାର ପାଢୀ, ବାବୁ ରଣା ପ୍ରଭୃତି ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ଅନନ୍ତ ଚରଣ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସୁଚରିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version