ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯୁଗ ଯେତେ ଆଗେଇଲେ ସୁଦ୍ଧା , ବାଉଁଶ ତିଆରି ସାମଗ୍ରୀ ଉପରେ ଏବେବି ଚାହିଦା ରହିଛି ! ବାଉଁଶ କାରିଗରଙ୍କ ପ୍ରତି ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ ? ଗଜପତି ଜିଲ୍ଲାରେ ଅନେକ ବାଉଁଶ କାରିଗର ଅଛନ୍ତି , ସେମାନଙ୍କର ଜୀବନ ଜୀବିକା ବାଉଁଶ ଉପରେ ନିର୍ଭର କରେ । ତେବେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଯାହା ପ୍ରଥମ ଅନ୍ତରାୟ , ତାହା ହେଲା ଆଉ ସୁଲଭ ଦରରେ କିମ୍ବା ସୁବିଧାରେ ବାଉଁଶ ମିଳୁନାହିଁ ! ସେମାନଙ୍କୁ ରିହାତି ଦରରେ କିମ୍ବା ସୁବିଧାରେ ବାଉଁଶ ଯୋଗଇ ଦେଲେ ସେମାନେ ଉପକୃତ ହୋଇ ପାରିବେ । ବାଉଁଶ ରେ ଅନେକ ସୂକ୍ଷ୍ମ ଏବଂ ସୁନ୍ଦର ସାମଗ୍ରୀ ତିଆରି କରୁଥିବା ଏହି କାରିଗର ମାନଙ୍କୁ ସରକାରୀ ସହାୟତା ମିଳି ପାରିଲେ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବା ସଙ୍ଗେ ସଙ୍ଗେ ବଜାରକୁ ସୁନ୍ଦର ସାମଗ୍ରୀ ଆସି ପାରନ୍ତା ! ଗଜପତି ଜିଲ୍ଲା ପାରଳା ସହରରେ କିଛି ବାଉଁଶ କାରିଗର ଅଛନ୍ତି , ସେମାନଙ୍କୁ ସରକାରୀ ସହାୟତା ଯୋଗାଇବା ସହ ସୁବିଧାରେ ବାଉଁଶ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଦରକାର !
ବାଉଁଶ କାରିଗରଙ୍କ ପ୍ରତି ସରକାର ଙ୍କ ଦୃଷ୍ଟି ପଡ଼ିବ କେବେ ???

