Site icon Awaj Media

ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସ୍ତରୀୟ ବିଧାନସଭା ସମୀକ୍ଷା ବୈଠକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ସ୍ତରୀୟ ବିଧାନସଭା ସମୀକ୍ଷା ବୈଠକ ଭୁବନେଶ୍ଵରସ୍ଥିତ ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ସଂଗଠନ ସମ୍ପାଦକ, ସମସ୍ତ ବିଧାନସଭା କ୍ଷେତ୍ରର ସଂଯୋଜକ ଏବଂ ଜିଲ୍ଲା ସଭାପତି ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଆସିଥିବା ସାତ ଜଣ କେନ୍ଦ୍ରୀୟ ସହପ୍ରଭାରୀଙ୍କର ୭୫ ଟି ବିଧାନସଭାରେ କ୍ଷେତ୍ର ପରିଦର୍ଶନ, କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦଙ୍କ ସହ ମାରାଥନ ବୈଠକ ପରେ ଉକ୍ତ ବିଧାନସଭା ସ୍ତରୀୟ ସମୀକ୍ଷା ବୈଠକରେ ତ୍ୱରିତ ସମୟ ଅବଧି ମଧ୍ୟରେ ତୃଣମୂଳ ସ୍ତରରେ ସଙ୍ଗଠନ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କେନ୍ଦ୍ରୀୟ ସହପ୍ରଭାରୀ ମାନଙ୍କର ଜୁଲାଇ ମଧ୍ୟ ଭାଗରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମାର୍ଗଦର୍ଶିକା ସମ୍ପର୍କିତ ବିଶଦ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରୀୱାଲଜୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ଓ ନଗରପାଳିକା ନିର୍ବାଚନକୁ ଦୃଷ୍ଟିରେ ରଖି ଆଗାମୀ ଦୁଇମାସ ମଧ୍ୟରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସଂଗଠନ ନିର୍ମାଣ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସୁଦୃଢ଼ କରିବା ନିମନ୍ତେ ନିଷ୍ପତ୍ତି ଗୃହୀତ ହୋଇଥିଲା । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଭ୍ରଷ୍ଟ ଶାସନ ଏବଂ ଶିକ୍ଷା ବିରୋଧୀ ଭ୍ରମାତ୍ମକ ପଠ୍ୟପୁସ୍ତକ ପ୍ରାଣୟନକୁ ଏହି ବୈଠକରେ ତୀବ୍ର ସମାଲୋଚନା କରାଯାଇଥିଲା । ସଂପ୍ରତି ରାଜ୍ୟରେ ବଢୁଥିବା ଭିଡ ହିଂସା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଜେପି ସରକାର ଦ୍ଵାରା କାରାଯାଉଥିବା ଦୁର୍ନୀତିକୁ ଦଳ ତରଫରୁ ନିନ୍ଦା କରାଯାଇଥିଲା । ଏହା ସହିତ ବିଜେପି ସରକାରର ଅପାରଗତା ଓ ଚରମ ବିଫଳତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Exit mobile version