Site icon Awaj Media

ଏବେବି ତଲାରି ର ଚାହିଦା ରହିଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯୁଗ ବଦଳୁଛି – ରେନ କୋର୍ଟ , ଛତା , ୱାଟର ପ୍ରୁଫ ପୋଷାକ କେତେ କଣ ନୂଆ ସାମାନ ବଜାରରେ ଉପଲବ୍ଧ ! ହେଲେ ଏବେବି ତଲାରି ର ଚାହିଦା ରହିଛି , ବର୍ଷା ଋତୁ ଆସିଲେ ଖୋଜା ପଡେ ତାଳ ପତ୍ର ତଲାରି ! କେବଳ ବର୍ଷାରେ ନୁହେଁ , ଉଦୁଉଦିଆ ଖରାରେ ତଲାରି ଧରି ଚାଷୀ ଓ ଶ୍ରମିକ ଜମିକୁ କାମ କରିବାକୁ ଯାଆନ୍ତି । ଜମିରେ ହୁଡ଼ା ହାଣିବା ସହ ଜମିରେ ହଳ ଲଙ୍ଗଳ ବେଳେ ମୁଣ୍ଡରେ ତଲାରି ଥାଏ ! ଧାନ ଲଗାଇବା ସହ ଧାନ ଓପାଡିବା ସକାଶେ ତଲାରି ଖୁବ କାମକୁ ଆସେ ! ମୁଣ୍ଡରେ ତଲାରି ଲଗାଇ କାମ କରିଥାନ୍ତି ପ୍ରାୟତଃ ଚାଷୀ ! ଆମ ରାଜ୍ୟରେ ଆଉ ପ୍ରାୟ ତଲାରି ତିଆରି ହେଉନଥିବାରୁ , ବଜାର ଚାହିଦା କୁ ଦେଖି ପଡୋଶୀ ରାଜ୍ୟ ରାଜ୍ୟ ଆନ୍ଧ୍ର ରୁ ଆଣି ତଲାରି ବିକୁଛନ୍ତି ବ୍ୟବସାୟୀ ! ଏବେ ବି ଗାଁ ଗଣ୍ଡା ହାଟ ବଜାର ରେ ବିକ୍ରି ହେଉଛି ତଲାରି । ଆଧୁନିକତା ରେ ହଜି ଯାଉଥିବା ମଣିଷ ଛତ। ରେନକୋର୍ଟ ବହୁଳ ବ୍ୟବହାର କରୁଥିବା ବେଳେ , ଚାଷୀ ମୁଣ୍ଡରେ ଦେଖା ଯାଉଛି ତଲାରି ।

Exit mobile version