Site icon Awaj Media

ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଜିଲ୍ଲାସ୍ତରୀୟ 77 ତମ ବନ ମହୋତ୍ସବ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଜିଲ୍ଲାସ୍ତରୀୟ 77 ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ! ଦେବତୀ ଗ୍ରାମ ସ୍ଥିତ – ଓ ଏସ୍ ଏ ପି ତୃତୀୟ ବାଟାଲିୟନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାହାୟ ମିନା, ପାରଳାଖେମୁଣ୍ଡି ବନ ଖଣ୍ତ ଅଧିକାରୀ କେ ନାଗରାଜୁ, ଆସିଷ୍ଟାଣ୍ଡ କମାଣ୍ଡଣ୍ଟ ଥାର୍ଡ ବାଟାଲିୟନ ଦୀପ୍ତି ପ୍ରସାଦ ଜେନା, ସହକାରୀ ବନ ସଂରକ୍ଷକ ସାଇନ୍ ଶ୍ରୀ ଦାସ, ଏ ସି ଏଫ ଅରୁଣ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ଗଛରେ ପାଣି ଢ଼ାଳି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।ପରେ ସମୂହ ଭାବେ ପାହାଡ଼ ଉପରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ । ଏହି ଅବସରରେ ବନ ଖଣ୍ଡ ଅଧିକାରୀ କେ: ନାଗରାଜୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସବୁଜ ଆଛାଦନ ବୃଦ୍ଧି କରିବା , ବନିକରଣକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଂରକ୍ଷଣରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ବନ ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି କହିଛନ୍ତି। ଚଳିତ ବର୍ଷ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପ୍ରାୟ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଯିବ ବୋଲି କହିଥିଲେ । ସୁସ୍ଥ ପରିବେଶ ସନ୍ତୁଳନ ପାଇଁ ଗଛ ତଥା ଜଙ୍ଗଲ ଆବଶ୍ୟକତାର ବିଭିନ୍ନ ଦିଗ ଉପରେ କହି ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ରହିଛି , ଜଙ୍ଗଲର ସୁରକ୍ଷା କରାଯିବା ସହିତ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି କରିବା ବର୍ତ୍ତମାନ ଆମ ପାଇଁ ଏକ ବଡ଼ ଆହ୍ବାନ ହୋପଡ଼ିଛି।ତେଣୁ ଏହି ପବିତ୍ର ବନ ମହୋତ୍ସବ ପାଳନ ଅବସରରେ ଅଧିକରୁ ଅଧିକ ଗଛ ଲଗାଇ ଏକ ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶ ସୃଷ୍ଟିର ସ୍ବପ୍ନକୁ ସାକାର କରିବା, ନୂତନ ଜଙ୍ଗଲ ସୃଷ୍ଟି ଏବଂ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ଓ ସକ୍ରିୟ ସହଯୋଗ କାମନା କରିଥିଲେ ।ଚାରା ବଣ୍ଟନ ସବୁଜ ରଥର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।

Exit mobile version