Site icon Awaj Media

କେଉଁଠି ଦିନ ଦ୍ଵିପ୍ରହରେ ଷ୍ଟ୍ରିଟ ଲାଇଟ ଜଳୁଛି : ଆଉ କେଉଁଠି ମାସ ମାସ ଧରି ଅଚଳ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଅଜବ ହୋଇଛି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ! କଟକ ସହର ଉପକଣ୍ଠ ନରାଜ ଅଂଚଳରେ ଦେଖିବାକୁ ମିଳିଛି ଏମିତି ଘଟଣା ! କେଉଁଠି ଦିନ ଦ୍ଵିପ୍ରହରେ ଷ୍ଟ୍ରିଟ ଲାଇଟ ଜଳୁଛି ତ ଆଉ କେଉଁଠି ମାସ ମାସ ଧରି ଅଚଳ ହୋଇ ପଡିଥିବା ଲାଇଟ ର ମରାମତି ମଧ୍ୟ ହେଉନାହିଁ ! ନରାଜ ନିକଟସ୍ଥ ଷଣ୍ଢପୁର ୩ ନମ୍ବର ୱାର୍ଡରେ ଗତ କିଛି ମାସ ଧରି ଷ୍ଟ୍ରିଟ ଲାଇଟ ଅଚଳ ହୋଇ ପଡ଼ିରହିଛି ! ବାରମ୍ବାର ଅଭିଯୋଗ ପରେବି ହେଉନାହିଁ ମରାମତି ! କେନାଲ ବନ୍ଧରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅଚଳ ହେବା ପରେ ସ୍ଥାନୀୟ କର୍ପୋରେଟର ତାହା ମରାମତି କରିବା ପାଇଁ ବିଭାଗକୁ କହିଥିବା ବେଳେ ଶୁଣୁ ନାହାନ୍ତି କର୍ମଚାରୀ ! କିନ୍ତୁ ବ୍ରଜବିହାରୀପୁର ମା ଫାଶୀ ଠାକୁରାଣୀ ନିକଟରେ ଦିନ ଦ୍ବିପହର ରେ ଜଳୁଛି ଆଲୁଅ ! ଏଥିରୁ ସ୍ପଷ୍ଟ ଜଣାପଡୁଛି ସମ୍ପୃକ୍ତ ବିଭାଗ କେତେ ଦାୟିତ୍ବହୀନ !

Exit mobile version