Site icon Awaj Media

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ଉପର ରୁଇସିଂଙ୍ଗ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବୀପତ୍ର ଦେଇଛନ୍ତି ! ତଳ ରୁଇସିଂଙ୍ଗ ଠାରୁ ଉପର ରୁଇସିଂଙ୍ଗ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ପକା ରାସ୍ତା ନିର୍ମାଣ ସକାଶେ ଅଭିଯୋଗ ଶୁଣାଣି ରେ ଗୁହାରି କରିଛନ୍ତି । ପ୍ରକାଶ ଥାଉ କି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଡମ୍ବାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଉପର ରୁଇସିଙ୍ଗ ଗ୍ରାମକୁ ପକା ରାସ୍ତାଟିଏ ନାହିଁ ! ଯାହା ଫଳରେ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶିକ୍ଷା , ସ୍ୱାସ୍ଥ୍ୟ ଗମନା ଗମନ ଏବଂ କୃଷି କ୍ଷେତ୍ର ରେ ପନିପରିବା ଧରି ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି ଲୋକେ ! ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ଜିଲ୍ଲାପାଳ ଗ୍ରହଣ କରିବା ପରେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ ।

Exit mobile version