Site icon Awaj Media

ନବଜୀବନ ସେବାଶ୍ରମ ଟ୍ରଷ୍ଟର 19 ତମ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ନବଜୀବନ ଟ୍ରଷ୍ଟ ଦ୍ବାରା ପରିଚାଳିତ ସେବାଶ୍ରମ ସ୍ଥାପନର ୧୯ବର୍ଷ ପୂର୍ତ୍ତି ଦିବସ ଅବସରରେ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ଶ୍ରୀଧର ଆଚାରୀଙ୍କ ୭୭ତମ ଜନ୍ମବାର୍ଷକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଜି.ତିରୁପତି ରାଓ ସବାଶ୍ରମରେ ରହୁଥ‌ିବା ଅନ୍ତେବାସୀଙ୍କ ଉପସ୍ଥିତିରେ କ୍ୟାକ କାଟିଥିଲେ । ଏହାପରେ ଅନୁଷ୍ଠାନରେ ରହୁଥ‌ିବା ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ କରାଯାଇ ଥିଲା। ସେହିପରି ଏଠାରେ ରହୁଥ‌ିବା ବୃଦ୍ଧ ବୃଦ୍ଧାଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା, ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ, ଜନାର୍ଦ୍ଦନ ରାଓ, ଓ, ଗଣେଶ ପଟ୍ଟନାୟକ, ପ୍ରବୀଣ କୁମାର, ରାମାରାଓ ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନବଜୀବନ ଟ୍ରଷ୍ଟର ପରିଚାଳକ ଏସଭି ରାବଣା ପରିଚାଳନା କରିଥିବା ବେଳେ ପ୍ରଭାସିନୀ କୁମାରୀ , ଜୟଲକ୍ଷ୍ମୀ ପ୍ରମୁଖ ସହଯୋଗ କରିଥିଲେ !

Exit mobile version