Site icon Awaj Media

ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶା ସାହିତ୍ୟ ଏକାଡେମୀ ର ସ୍ୱନକ୍ଷତ୍ର ଦିବସ ୨୦୨୬ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଏଠାକାର ପିଏମଶ୍ରୀ ବ୍ରଯେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇ ଯାଇଛି| ଜିଲ୍ଲା ଶିକ୍ଷାଧିକାରୀଙ୍କ ଆୟୋଜନ ତଥା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଶେଷ କରି ଓଡ଼ିଆ ସାଧାରଣ ଜ୍ଞାନ, ତର୍କ, ସଙ୍ଗୀତ,ପ୍ରବନ୍ଧ ଆଦି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବିଚାରକ ଭାବେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ଡ ସୁକାନ୍ତି ମହାନ୍ତି, ରବୀନ୍ଦ୍ର ଦାସ, ଗୋପୀନାଥ ସେଠି, ଅଧ୍ୟାପିକା ନିଳୀମା ନନ୍ଦ, ପ୍ରଧାନୀ ବୃନ୍ଦାବନ ମାହାପାତ୍ର, ଦେବେନ୍ଦ୍ର ପରମଗୁରୁ ପ୍ରମୁଖ ଯୋଗଦେବା ସହ ଜିଲ୍ଲା ସ୍ତରୀୟ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରିଥଲେ|ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସାରସ୍ୱତ କର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, କବି ନିର୍ମଳ ଚନ୍ଦ୍ର ସୁରଦେଓ ପ୍ରମୁଖ ପରିଚାଳନା କରିଥିଲେ|ଏଠାରେ ସୁଚନା ଯୋଗ୍ୟ ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ରାଜ୍ୟ ସ୍ଥରିୟ ପ୍ରତିଯୋଗୀ ତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି !

 

Exit mobile version