Site icon Awaj Media

ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ! ସହର ର ବିଭିନ୍ନ ମନ୍ଦିର ଗୁଡ଼ିକ ସଫେଇ କାର୍ଯକ୍ରମ ଜାରି , ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଗଛ ଲଗାଇବା ନିଶ୍ଚିତ ଭାବେ ଏକ ମହତ୍ କାର୍ଯ୍ୟ । କିନ୍ତୁ କେବଳ ଗଛ ଲଗାଇ ଦେଲେ ଦାୟିତ୍ୱ ଶେଷ ହୋଇଯାଏନାହିଁ । ଲଗା ଯାଇଥିବା ଚାରାକୁ ନିୟମିତ ପାଣି ଦେବା, ପଶୁଙ୍କ କବଳରୁ ସୁରକ୍ଷା କରିବା ଏବଂ ଗଛଟି ବଡ଼ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସହରର ବିଭିନ୍ନ ମନ୍ଦିର ଗୁଡ଼ିକ ସଫେଇ କାର୍ଯକ୍ରମ ଚାଲିଛି ! ସେବା ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଚାଲିଛି । ଆଜି ଜଗନ୍ନାଥ ମନ୍ଦିର ପରିସରରେ ସଫେଇ ହୋଇଥିବା ବେଳେ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି ।

Exit mobile version