Site icon Awaj Media

ପେସା ଶିକ୍ଷକତା ହେଲେ ନିଶା ତାଙ୍କର ନୃତ୍ୟ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପେସା ଶିକ୍ଷକତା ହେଲେ ନିଶା ତାଙ୍କର ନୃତ୍ୟ l କୋରାପୁଟ ଭଳି ଆଦିବାସୀ ଅଧୁଷିତ ଅଞ୍ଚଳ ର ଝିଅ ହେଲେ ରଶ୍ମିତା କୁମାରୀ ବେହେରା ! 1977 ମସିହା ରେ ଜନ୍ମ ଗ୍ରହଣ କରିଥିବା ତଥା 2007ମସିହା ରୁ ଶିକ୍ଷକତା କୁ ପେସା ଭାବେ ଗ୍ରହଣ କରି ଆସିଥିବା ରଶ୍ମିତା ଏବେ ଇଣ୍ଡିଆ ଟୁଡ଼େ ଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ଗଣମାଧ୍ୟ୍ୟମର ଶିରୋନାମା ପାଲଟିଛନ୍ତି ନିଜର ବିଭିନ୍ନ ପ୍ରକାର ଢଙ୍ଗର ନାଚ ଯୋଗୁଁ l ଦୀର୍ଘ ଘଣ୍ଟା ଧରିକି ସେ ନୃତ୍ୟ କରି ଭାଇରାଲ ହେବାରେ ଲାଗିଛନ୍ତି l ସେ ନାଚ ହେଉ ଅବା ରିୟଲିଟି ଶୋ ହେଉ , ଅବା ପିଲାଙ୍କୁ ଶିକ୍ଷା ଦାନ କ୍ଷେତ୍ର ରେ ହେଉ ସବୁଥିରେ ସେ ଆଗୁଆ l ତାଙ୍କ ମତ ରେ ଶିକ୍ଷାଦାନ ପେସା ହେଲେ ନୃତ୍ୟ ହେଉଛି ତାଙ୍କର ଜୀବନ ବା ନିଶା l ଇନଷ୍ଟାଗ୍ରାମ , ଫେସବୁକ ଯାଏଁ ସେ ସବୁଠି ଏହି ନାଚ ପାଇଁ ଛାଇ ଯାଇଛନ୍ତି l ମାଛ ଯେମିତି ପାଣି ବିନା ବଞ୍ଚି ପାରେନି ଠିକ ସେମିତି ସେ ନାଚ ବିନା ବଂଚି ପାରିବେନି l ସଂପ୍ରତି ସେ କୋରାପୁଟ ସ୍ଥିତ ସରକାରୀ ବାଳକ ବିଦ୍ୟାଳୟ ରେ ଶିକ୍ଷାଦାନ କରୁଥିବା ବେଳେ ତାଙ୍କର ନାଚ କୁ ନେଇକି ବିଶ୍ବ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି l ଅତି ଦୁଃଖର ବିଷୟ ଯେ ଯେଉଁ ରଶ୍ମିତା ତାଙ୍କ ନାଚ ପାଇଁ ଏବେ ଜାତୀୟ ସ୍ତର ରେ ଭାଇରଲ ହେବାକୁ ଗଲେଣି ସେହି ରଶ୍ମିତା କୁ କିନ୍ତୁ ବଣ ମଲି ବଣ ରେ ଫୁଟି ଝଡିଗଲା ଭଳି ଜିଲ୍ଲା କି ରାଜ୍ୟ ସ୍ତର ରେ କେହି ଚିହ୍ନି ପାରିଲେନି ! ତଥାପି ସେ ନିଜର ଆତ୍ମୀୟ ପରିଜନ ଶୁଭେଛୁ ଙ୍କ ଆର୍ଶୀବାଦ କୁ ପାଥେୟ କରି ନିଜର ନାଚକୁ ଆଗକୁ ନେବାକୁ ପ୍ରୟାସ ଜାରି ରଖିଛନ୍ତି l

Exit mobile version