ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋଲିଲା ହୀରାକୁଦ୍ ଗେଟ୍ । ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ । ବାମ ପାର୍ଶ୍ବରେ ୩ଟି ଓ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୪.୬୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୬୪ ହଜାର ୦୦୯ କ୍ୟୁସେକ ଜଳ । ହୀରାକୁଦ ଗେଟ ଖୋଲାଯିବା ପରେ ମହାନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳର ଅର୍ଦ୍ଧ ନିମଜ୍ଜିତ ଅଂଚଳରେ ପାଣି ମାଡିବାର ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ରହିଛି !
ଖୋଲିଲା ହୀରାକୁଦ୍ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ !!!

