Site icon Awaj Media

ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ,ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାରେନ୍ଦୁ ନାୟକ, CUTM ଆସିଷ୍ଟାଣ୍ଡ ପ୍ରଫେସର ଅରବିନ୍ଦ ଉପାଧ୍ୟାୟ, କେ ବି କେ ର ବୈଜ୍ଞାନିକ ଶୁଭଶ୍ରୀ ଚୌଧୁରୀ, ଡି ପି ଏମ୍ ଟିମନ ବୋରା, ପ୍ରମୁଖ ମଞ୍ଚା ସିନ ଥିଲେ।ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରିଥିଲେ ।ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା। ସୋନାଲି ମହା ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଆଜି ଦିବସ ଉପରେ ନିଜର ମତ ପ୍ରକାଶ କରିଥିଲେ।ଆଜିର ଏହି ଦିବସର ମୂଳ ଲକ୍ଷ୍ୟ ହେଲା ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟ ଚାଷୀଙ୍କ ଆୟ ବୃଦ୍ଧି, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଏହି ବିଷୟରେ ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ।ସଫଳ ମତ୍ସ୍ୟ ଚାଷୀଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଶେଷରେ ଆସିଷ୍ଟାଣ୍ଡ ମତ୍ସ୍ୟ ଅଧିକାରୀ ସୋନାଲି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ବିଭାଗର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Exit mobile version