ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ ସମାରୋହ ଉତ୍ସବ ! ଉତ୍ସାହପ୍ରଦ ଦିବସରେ ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀମାନଙ୍କର ଦୀକ୍ଷାନ୍ତ ସମାରୋହ ଏବଂ ପଞ୍ଚମ ବ୍ୟାଚ DIC ପ୍ରଶିକ୍ଷାର୍ଥୀ ମାନଙ୍କର ସମାପନ କାର୍ଯକ୍ରମ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, (ଭା.ପୁ.ସେ ), ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନୟାଗଡ । ୧୯୬୨ ମସିହାରୁ ପ୍ରତିଷ୍ଠିତ ଏହି ପ୍ରଶିକ୍ଷଣ ବିଦ୍ୟାଳୟ, ରୂକ୍ଷୀ ପାହାଡ଼ର ପାଦଦେଶର ଅବସ୍ଥିତ । ଏହା ହେଉଛି ବୀର ସହିଦର ମାଟି । ଏହା ମଧ୍ୟରୁ ଅନୁରଣିତ ହୁଏ ବୀରତ୍ବ ବ୍ୟଞ୍ଜକ ଶବ୍ଦ ଗୁଳ୍ମ । ଏହି ଭୂମିରେ କର୍ତବ୍ୟନିଷ୍ଠ ଯବାନ ମାନଙ୍କର ରକ୍ତ ରଞ୍ଜିତ ସ୍ମୃତି ଗର୍ଭିତ । ଏଠାରେ କର୍ତ୍ତ୍ୟବ୍ୟ ସମ୍ପାଦନ କରିବା ସମୟରେ ମାଓବାଦୀଙ୍କ ସହିତ ସମ୍ମୁଖ ଯୁଦ୍ଧରେ ସହିଦ ହୋଇଛନ୍ତି ଏହାର ଅନେକ ବୀର ଯବାନ । ଏଠାରୁ ତାଲିମ ନେଇ ଓଡ଼ିଶାର କୋଣ ଅନୁକୋଣରେ କେତେ ଯେ ବୀରଯବାନ ନିୟୋଜିତ ହୋଇଛନ୍ତି ତାର ହିସାବ ନାହିଁ ।ଯାନ ଚାଳକ ମାନେ ହେଉଛନ୍ତି ପୋଲିସ ବିଭାଗର ଅବିଚ୍ଛେଦ୍ୟ ଅଙ୍ଗ ତଥା ହୃତପିଣ୍ଡ ସଦୃଶ । ସେମାନଙ୍କର ଦୂରଦୃଷ୍ଟି, ସମୟୋଚିତ ବୁଦ୍ଧି, ବିଭାଗୀୟ ଅଙ୍ଗୀକାର ପ୍ରତିବଦ୍ଧତା ସେମାନଙ୍କର ସଫଳତା କ୍ଷେତ୍ରରେ ଏକ ପ୍ରମୁଖ ଉପାଦାନ । ପୋଲିସ ବିଭାଗ ଏକ ଶୃଙ୍ଖଳିତ ତଥା ସମାୟାନୁବର୍ତୀତାର ବିଭାଗ । ଏଠାରେ ଶିକ୍ଷା ଲାଭ କରିଥିବା DIC ପ୍ରଶିକ୍ଷାର୍ଥୀ ମାନେ ନିଜନିଜ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରି ବିଭିନ୍ନ ଆଇନି ଶୃଙ୍ଖଳା କାର୍ଯରେ ନିଜକୁ ନିୟୋଜିତ କରିବେ ।
ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ ସମାରୋହ ଉତ୍ସବ !!!

