Site icon Awaj Media

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ପାଇଁ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ପାଇଁ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ ! ପଂଚାୟତ-ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥସ୍ତରୀୟ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ଘରକୁ ଘର ବୁଲି ସର୍ଭେ’ କରାଯିବା ସହିତ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି । ରାଜ୍ୟରେ ଆସନ୍ତା ୨୦୨୭ ଜାନୁୟାରୀ-ଫେବୃୟାରୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପରେପରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ତ୍ରୁଟିଶୂନ୍ୟ କରିବା ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ଓ ସରକାରୀସ୍ତରରେ ପଦକ୍ଷେପ ନିଆଯାଇଛି। ନିର୍ବାଚନ ପାଇଁ ୱାର୍ଡ ଓ ବୁଥସ୍ତରୀୟ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ଘରକୁ ଘର ବୁଲି ସର୍ଭେ’ କରାଯିବା ସହିତ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ବିସ୍ତୃତ ପରିଚାଳନା ଓ ରଣନୀତି ଉପରେ ଚୂଡ଼ାନ୍ତ ମୋହର ପାଇଁ ଆସନ୍ତା ୨୧ତାରିଖରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

Exit mobile version