Site icon Awaj Media

ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀଉଙ୍କ ଶତବାର୍ଷିକ : ସିଂହାସନ ବିଜେ ମହୋତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀଉଙ୍କ ଶତବାର୍ଷିକ,ସିଂହାସନ ବିଜେ ମହୋତ୍ସବ ଓ ପରମ ପୂଜ୍ୟ 1008 ଶ୍ରୀ ଦାମୋଦର ଦାସ ମହାରାଜାଙ୍କ ପ୍ରଥମ ବାର୍ଷିକ ସ୍ମରଣ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ! ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଥିବା ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଦେବ ଜୀଉଙ୍କ ଶତ ବାର୍ଷିକ ସିଂହାସନ ବିଜେ ମହୋତ୍ସବ ଓ ବ୍ରଜପ୍ରାପ୍ତି ମହନ୍ତ 1008 ଶ୍ରୀ ଦାମୋଦର ଦାସ ମହାରାଜଙ୍କ ପ୍ରଥମ ବାର୍ଷିକ ସ୍ମରଣ ମହୋତ୍ସବ ଜୁଲାଇ 9 ତାରିଖ ଠାରୁ ଆରମ୍ଭ ହୋଇ 21 ଜୁଲାଇ 2026 ପର୍ଯ୍ୟନ୍ତ ଅନୁଷ୍ଟିତ ହେବ। 9.7.2026 ସନ୍ଧ୍ୟା 5.30 ରେ ଶୁଭ ଅଧିବାସ କଳସ ଯାତ୍ରା। 10.7 .2026 ଠାରୁ 21.7.2026 ତାରିଖ ପର୍ଯ୍ୟନ୍ତ ଶ୍ରୀ ମଦ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ଅନୁଷ୍ଠିତ ହେବ।ପୁରିଧାମ ରୁ ଆସିଥିବା ଶ୍ରୀ ଶ୍ୟାମ ସୁନ୍ଦର ଦାସ ଜୀ ମହାରାଜା ସକାଳ 7.30 ଠାରୁ ଅପରାହ୍ନ 4.30 ପର୍ଯ୍ୟନ୍ତ ପାରାୟଣ କରିବେ। ଚବିଶ ପ୍ରହର ଅଖଣ୍ଡ ହରି ନାମ ସଂକୀର୍ତ୍ତନ ନାମ ଯଜ୍ଞ ଅନୁଷ୍ଠିତ ହେବ।ଠାକୁର ମାର୍ଜନା,ବାସ୍ତୁ ପୂଜା ସିଂହାସନ ପୂଜା, ନାମ ଯଜ୍ଞ ପୂର୍ଣ୍ଣ, ନଗର ସଂକୀର୍ତ୍ତନ, ଦଧି ଭାଣ୍ଡ ଭଞ୍ଜନ ସମାଧି ପୂଜନ, ବୈଷ୍ଣବ ପୂଜନ ,ଅନ୍ନ ଯଜ୍ଞ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Exit mobile version