Site icon Awaj Media

ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ l ମାଛରାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଆକ୍ସନ ନାମକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଅର୍ପିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ଉଦଯାପନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ର 21ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ! ସେଥିମଧ୍ୟରୁ ଶ୍ରେଷ୍ଠ ତିନିଗୋଟି ପ୍ରକଳ୍ପ ରାଜ୍ୟସ୍ତରୀୟ ମେଳା କୁ ବିଚାରପତି ଙ୍କ ଦ୍ୱାରା ମନୋନୀତ ହୋଇଛି ! ବିଭିନ୍ନ ବିଦ୍ୟାଳୟ ର ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ଏହି ମେଳା ରେ ଉପସ୍ଥିତ ଥିବା ବେଳେ ବିଜ୍ଞାନ ନିରୀକ୍ଷକ କୃଷ୍ଣଚନ୍ଦ୍ର ପାଳ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ କାଯ୍ୟକ୍ରମ ରେ ସହଯୋଗ କରିଥିଲା l

Exit mobile version