Site icon Awaj Media

ବିଶିଷ୍ଟ ଲେଖକ ଓ ଐତିହାସିକ ରାମଚନ୍ଦ୍ର ମହାନ୍ତଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବିଶିଷ୍ଟ ଲେଖକ ଓ ଐତିହାସିକ ରାମଚନ୍ଦ୍ର ମହାନ୍ତଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ! ଶିବାଜୀ ସାଂସ୍କୃତିକ ସଂଘ, ଭୁବନେଶ୍ୱର ତରଫରୁ ଲବଧ୍ପପ୍ରତିଷ୍ଠ ଲେଖକ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ରାମଚନ୍ଦ୍ର ମହାନ୍ତଂକ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସି.ୱାଇ.ଏସ.ଡି. ଅଡିଟେlରିୟମରେ ଅନୁଷ୍ଠିତ ହେlଇଯାଇଛି l ଏହି ସଭାରେ ଶିବାଜୀ ସାଂସ୍କୃତିକ ସଂଘର ସଭାପତି ଜନାର୍ଦନ ମହାନ୍ତ ଅଧ୍ୟକ୍ଷତା କରିଥିଲାବେଳେ, ସଂଘର ପ୍ରାକ୍ତନ ସଭାପତି ପ୍ରଭାସ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଏବଂ ସମାଜ ସେବୀ ବଂଶୀଧର ନାୟକ ମୁଖ୍ୟବକ୍ତା ଭାବେ ଯେlଗ ଦେଇଥିଲେ l ସଂଯୋଜକ ଇଟରନିଟୀ ଅନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକାର ସଂପାଦକ ପ୍ରାରମ୍ଭିକ ଅଭିଭାଷଣ ଦେଇ ସୂଚନା ଦେଇଥିଲେ ଯେ ରାମଚନ୍ଦ୍ର ବାବୁ ୧୯୮୩ ମସିହାରେ ଶିବାଜୀ ସାଂସ୍କୃତିକ ସଂଘର ପ୍ରତିଷ୍ଠା କରି ସମାଜ ସେବା, ସାହିତ୍ୟ ସାଧନା କଲେ ଓ ବହୁ ଲେଖକ ଙ୍କୁ ପ୍ରେlତ୍ସାହନ ଦେଇ ଭଗବାନ ବୁଦ୍ଧ, ଆମେରିକା ଅନୁଭବ, କାଲିଫର୍ଣ୍ଣୀୟା ଡାଏରୀ, ଭଗବାନ ମହାବୀର ପରି ୯ଟି କାଳଜୟୀ ପତ୍ରିକା ରଚନା କରି ଯାଇଛନ୍ତି l ମୁଖ୍ୟ ବକ୍ତା ଶ୍ରୀ ନାୟକ କହିଲେ ଯେ ଅଖିଳ ଭାରତୀୟ କୂର୍ମୀକ୍ଷତ୍ରୀୟ ମହାସଭା ସହିତ ଓଡିଶାକୁ ଯେlଡିଥିଲେ l ଭୁବନେଶ୍ୱର ରେ ସେ ଏହି ମହାସଭା ର ବିଭିନ୍ନ ଉନ୍ନତି ମୁଳକ, ସଂସ୍କାର ଧର୍ମୀ କାର୍ଯ୍ୟକ୍ରମ କୁ ଜାଗରଣ ଓ ଦୁନ୍ଦୁଭୀ ପତ୍ରିକାର ସଂପାଦନା ଓ ପ୍ରକାଶ ମାଧ୍ୟମରେ କରି ପାରିଥିଲେ l ଅନ୍ୟ ସମ୍ମାନିତ ଅତିଥିଂକ ମଧ୍ୟରେ ଶ୍ରୀ ତାରାଚାନ୍ଦ ମହାନ୍ତ, ଦୁଷ୍ମନ୍ତ ମହାନ୍ତ,ଇଂ ସୁରେଶ ଚନ୍ଦ୍ର ମହାନ୍ତ, ଇନଫେlସିସର ଗ୍ରୁପ ମ୍ୟାନେଜର ସତ୍ୟବ୍ରତ ମହାନ୍ତ, ସିଇଓ ଯେlଗେଶ୍ବର ପ୍ରଭାକର, ଓଏମସିର ସିନିୟର ମ୍ୟାନେଜର ଶିବାନୀ ମହାନ୍ତ, ସମାଜ ସେବୀ ରଶ୍ମୀରେଖା ମହାନ୍ତ, ସୁଧୀର ମଉଡମଣୀ,ବିଷ୍ଣୁପ୍ରୀୟା, ସୁନୀତା, କଳ୍ପଲତା,ବିଷ୍ନୁପ୍ରିୟା, ଶ୍ରୀବାସ ମହାପାତ୍ର ଆଦି ଯେlଗଦେଇ ତାଙ୍କୁ ଜଣେ ସଂଗଠକ, ସମାଜ ସେବୀ, ଦୟାଳୁ ବ୍ୟକ୍ତି, ଲେଖକ, ଐତିହାସିକ, ଗାଳ୍ପିକ ଓ ଭ୍ରମଣ କାହାଣୀ ଲେଖକ ଭାବେ ଓଡିଶା ରେ ବେଶ୍ ଜଣାଶୁଣା ଓ ସେ ବହୁ ସମ୍ମାନ ରେ ସମ୍ମାନିତ ବେlଲି ସ୍ମରଣ କରାଇଦେଇ ଥିଲେ l ଶେଷରେ ମୁଖ୍ୟ ଅତିଥି ପ୍ରଭାସ ମହାନ୍ତ, ରାମଚନ୍ଦ୍ର ବାବୁଂକ ସହ ତାଙ୍କର ଦୀର୍ଘ ଦିନର ସାଂଗଠନିକ ଓ ସଂସ୍କାର ତଥା ସାହିତ୍ୟ ଗତ ସଂପର୍କ ବିଷୟରେ ଆଲୋକ ପାତ କରିଥିଲେ l ଶେଷରେ ଶିବାଜୀ ସାଂସ୍କୃତିକ ସଂଘର ସଂପାଦକ ଡକ୍ଟର କମଳ ଲେlଚନ ମହାନ୍ତ ଧନ୍ୟବାଦ ଦେଇଥିଲେ !

Exit mobile version