Site icon Awaj Media

ଅରପୁର ବ୍ରିଜଗୋଡି ରାସ୍ତାରେ ଦୁର୍ଘଟଣା : ପ୍ରଶାସନର ଦାୟିତ୍ୱହୀନତା ପାଇଁ ବଢୁଛି ଦୁର୍ଘଟଣା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଏକ ନିର୍ଦ୍ଧିଷ୍ଟ ସ୍ଥାନ ବ୍ରିଜିଗୋଡି ରାସ୍ତାରେ ଦୁଇମାସ ଭିତରେ ତିନୋଟି ବାଇକ ଦୁର୍ଘଟଣା ଘଟିଲାଣି | ଆଜି ଦିନ ଦୁଇଟା ସମୟରେ ଏକ ଅଜଣା ଯୁବକ ଭାରସାମ୍ୟ ହରେଇ ଏକ ସ୍କୁଟି ଗାଡି OD05C/D6840 ରାସ୍ତା ଉପରେ ଥିବା ଏକ ବିଦ୍ୟୁତ ପୋଲ ଉପରେ ମାଡ଼ କରି ରାସ୍ତା ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ଖବର ପାଇ ସ୍ଥାନୀୟ ଦୁର୍ଘଟଣାଗସ୍ତ ଗାଡିକୁ ତାଳବସ୍ତ ଫାଣ୍ଡୀ ଅଧିକାରୀ ଏସ କେ ସାହାବାଜନ ଜବତ କରି ଫାଣ୍ଡୀକୁ ଆଣିବା ସହିତ ଅଜଣା ବ୍ୟକ୍ତିଙ୍କୁ ମେଡିକାଲ ପଠାଇଛନ୍ତି | ଏହା ପୂର୍ବରୁ ମଧ୍ୟ ଗତ ସପ୍ତାହରେ ସେହି ସ୍ଥାନରେ ସେହି ବିଦ୍ୟୁତ ପୋଲରେ ମାଡ଼ କରି ତାଳବସ୍ତ ଗ୍ରାମ ତଥା ଅରପୁର ରଘୁନାଥ ମନ୍ଦିରର ପୂଜକ ପଦୀ ପାଳ ବର୍ତ୍ତମାନ ଭୁବନେଶ୍ୱରର ଏକ ମେଡିକାଲରେ ଆଇ ସି ୟୁ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି | ଦୁଇ ମାସ ପୂର୍ବରୁ ସେହି ସ୍ଥାନରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କର ଦୁର୍ଘଟଣା ଘଟି ସେଥିରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ଜଣାପଡିଛି | ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ତ୍ତ ବିଭାଗ ତରଫରୁ ଯାତମୁଣ୍ଡିଆ ଠାରୁ ସାମନ୍ତରାପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଏବେ ଚାଲୁରହିଛି | ଡମପଡା ବ୍ଲକର ସାମାଜିକ କର୍ମୀ ପୀତବାସ ସାହୁଙ୍କ କହିବାନୁସାରେ ବିଦ୍ୟୁତ ବିଭାଗ ଏବେ ବି କାର୍ଯ୍ୟ ହେଉଥିବା ରାସ୍ତା ଉପରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରଣ କରିନାହିଁ କିନ୍ତୁ ରାସ୍ତା ଉପରେ ପୁରୁଣା ଖୁଣ୍ଟ ସବୁ ଥାଇ ନୂତନ ରାସ୍ତା ପ୍ରଶସ୍ତି କାମ ଚାଲୁଅଛି | ଯାହାଫଳରେ ବୁଲା ବଙ୍କା ଅଣ ଓସାରିଆ ସ୍ଥାନରେ ଥିବା ବିଦ୍ୟୁତ ଖୁଣ୍ଟ ମାନଙ୍କ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ଲୋକ ମୃତ୍ୟୁବରଣ କରୁଛନ୍ତି | ଏଥିପ୍ରତି ରାସ୍ତା ନିର୍ମାଣ ଠିକାଦାର ,ଜାତମୁଣ୍ଡିଆ ବିଦ୍ୟୁତ ବିଭାଗ, ବାଙ୍କୀ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ଡମପଡା ବ୍ଲକ ପ୍ରଶାସନ କେହି ହେଲେ ବି ଗୁରୁଦୃଷ୍ଟି ଦେଉନାହାନ୍ତି | ଆଗକୁ ଯଦି ଏଭଳି ପ୍ରଶାସନର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ହୁଏ, ସରକାର ଦାୟୀ ରହିଵା ସହିତ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଅରପୁର ଗ୍ରାମର ଜନ ସାଧାରଣ ଦାବି କରିଛନ୍ତି |

Exit mobile version