କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଦୁଇ ପ୍ରଭାତ ଙ୍କ ଗଣିତ , ଜଣଙ୍କର ଅଙ୍କ ଶେଷ – ଆଉ ଜଣଙ୍କର କଷା ଚାଲିଛି ! ବିଜେପି ନେତାଙ୍କ ସହିତ ନିବିଡ ସମ୍ପର୍କ କୁ ନେଇ ଚର୍ଚାରେ ଥିଲେ କଟକ ଜିଲ୍ଲାର ପୁରୁଖା ନେତା ପ୍ରଭାତ କୁମାର ତ୍ରିପାଠୀ ! ହେଲେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆସି ଦଳରେ ମିଶିଗଲେ ପ୍ରଭାତ ବିଶ୍ୱାଳ ! କଟକ ଜିଲ୍ଲାର ଏହି ଦୁଇ ପୁରୁଖା ନେତା ଚିଟଫଣ୍ଡ କେଶରେ ସମ୍ପୃକ୍ତ ହୋଇ ବିବାଦୀୟ ହେବା ପରେ 2019 ସାଧାରଣ ନିର୍ବାଚନରେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ ! କିନ୍ତୁ ଦଳ ସେମାନଙ୍କ ପୁଅ ମାନଙ୍କୁ ଟିକେଟ ରାଜନୈତିକ ଥଇଥାନ କରିଥିଲା ! କଟକ ଜିଲ୍ଲାର ବାଙ୍କୀ ଏବଂ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ଉଭୟ ଯୁବ ନେତା 2019 ରେ ଜିତିବା ସହ 2024 ମଧ୍ୟ ଦ୍ବିତୀୟ ବାର ନିର୍ବାଚିତ ହୋଇଛନ୍ତି ! ତେବେ ବିଭିନ୍ନ ଘଟଣା କ୍ରମକୁ ନେଇ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ବିବାଦୀୟ ହୋଇ ପଡ଼ିଥିଲେ ! ବାସ୍ତବ କଥା ଦେଖିବାକୁ ଗଲେ ବିବାଦର ମୁଖ୍ୟ କାରଣ ଥିଲା ସେମାନଙ୍କ ବାପାଙ୍କ ବିବାଦୀୟ ବୟାନବାଜି ! ତେବେ ଶେଷରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ସେମାନଙ୍କୁ ବିଜେଡି ରୁ ନିଲମ୍ବନ ର ରାସ୍ତା ଦେଖାଇଥିଲା ! ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳ – କଟକ ଜିଲ୍ଲାର ଏହି ଦୁଇ ନେତା ଆରମ୍ଭରୁ ଅଣ କଂଗ୍ରେସ ରାଜନୀତି କରିଥିବାରୁ ସେମାନଙ୍କ ପାଇଁ କେବଳ ବିଜେପି ହିଁ ବିକଳ୍ପ ବୋଲି ଚର୍ଚ୍ଚା ଆରମ୍ଭ ହେଲା ! 2025 ମସିହା ବାଙ୍କୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତିଥି ହେବା ପରେ ପ୍ରଭାତ ତ୍ରିପାଠୀ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଗେମ ପ୍ଲାନ ନେଇ ଆଲୋଚନା ହେଲା , ଏବେ ପୁନଶ୍ଚ ପ୍ରଭାତ ତ୍ରିପାଠୀ ଙ୍କ ସାନ ପୁଅ ବିବାହ ଭୋଜିରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ , ବିଜେପି ନେତା ଉପସ୍ଥିତ ରହିବା ପରେ ଆଲୋଚନାକୁ ଆହୁରି ଖୋରାକ ମିଳିଲା ! ସେପଟେ କଟକ ଚୌଦ୍ୱାର ନେତା ପ୍ରଭାତ ବିଶ୍ୱାଳ ଆଗାମୀ ପୌର ନିର୍ବାଚନକୁ ଟାର୍ଗେଟ କରି ମଉକା ଦେଖି ଦଳ ବଦଳାଇ ଦେଲେ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି ! ଗୋଟେ ମିଶ୍ରଣ ପର୍ବ ତ ତାମ ଝାମ ରେ ହେଲା , ଆଗକୁ ଆଉ ଏକ ମିଶ୍ରଣ ପର୍ବ ହେଇପାରେ ! କିନ୍ତୁ କଟକ ଜିଲ୍ଲାର ବାଙ୍କୀ ଏବଂ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପରାଜୟର ମୁଖ୍ୟ କାରଣ ଉଭୟ ନିର୍ବାଚନ ମଣ୍ଡଳୀରେ ଗେମ ପ୍ଳାନର ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳ ଥିଲେ ! ଏବେ ଜଣେ ବିଜେପିରେ ସାମିଲ , ଆଉ ଜଣେ ପ୍ରାୟତଃ ୱେଟିଂ ରେ ! ଉଭୟ ନିର୍ବାଚନ ମଣ୍ଡଳୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳ ମଧ୍ୟ ଗେରୁଆ ରଙ୍ଗର ଫ୍ୟାନ ହୋଇ ସାରିଲେଣି ! କିନ୍ତୁ ଆଗାମୀ ଦିନରେ ଯାହା ମୁଖ୍ୟ ପ୍ରସଙ୍ଗ ତାହା ହେଲା , ଦୀର୍ଘ ବର୍ଷ ଧରି ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳ ଙ୍କ ପରି ଟାଣୁଆ ନେତାଙ୍କ ବିରୋଧରେ ସଂଗ୍ରାମ କରି ଯେଉଁ ନେତା ଏବଂ ଆଗ ଧାଡ଼ିର ବିଜେପି କର୍ମୀ ନିର୍ବାଚନ ମଣ୍ଡଳୀରେ ଦଳକୁ ବଞ୍ଚାଇ ରଖିଛନ୍ତି ସେମାନେ ଏଇ ନୂଆ ପଦ୍ମ ଫୁଲିଆ ଙ୍କୁ ଗ୍ରହଣ କରିବେ ତ ???
କଟକ ଜିଲ୍ଲାର ଦୁଇ ପ୍ରଭାତ ଙ୍କ ଗଣିତ : ଜଣଙ୍କର ଅଙ୍କ ଶେଷ – ଆଉ ଜଣଙ୍କର କଷା ଚାଲିଛି !!!

