Site icon Awaj Media

ଖରିଫ ଋତୁରେ ଧାନ ଚାଷ ନେଇ ଚିନ୍ତାରେ ଚାଷୀ : ମୌସୁମୀ ଖେଳୁଛି ଲୁଚକାଳୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଚଳିତ ବର୍ଷ ଖରିଫ ଋତୁ ସକାଶେ ଚାଷୀ ଧାନ ଚାଷ ଆଶା ଆଶଙ୍କାରେ ଗତି କରୁଛି । ମୌସୁମୀ ର ଲୁଚକାଳୀ ଖେଳ ରେ ଚାଷୀ ହନ୍ତସନ୍ତ ହୋଇ ପଡିଛି । କିଛି ଦିନ ବର୍ଷ। ହେଲା , ଚାଷୀ ଙ୍କ ମୁହଁରେ ହସ ଫୁଟ।ଇଥିଲା , କିନ୍ତୁ ବର୍ତ୍ତମାନ ବର୍ଷ। ଉଭାନ ହୋଇ ଯାଇଛି । ଚାଷୀ ଚିନ୍ତାରେ ପଡ଼ି ଯାଇଛି । କିଛି ଦିନ ବର୍ଷ। ହେଲା ଧାନ ତଳି ବଞ୍ଚିଲା , ବୁଣା ପକାଇଥିବା ଚାଷୀ ଧାନ ଉଠିବ ବୋଲି ଆଶା କରିଥିଲା , କିନ୍ତୁ ଚାଷୀ ଙ୍କ ର ବୁଣା ରେ ଅଧେ ଧାନ ଉଠୁଛି ଅଧେ ଉଠୁନି ଯାହା ଫଳରେ ଚାଷୀ ଚିନ୍ତାରେ ପଡ଼ି ଯାଇଛି । ପୁଣି ଧାନ କୁ ଗଜ। କରି ବିଲରେ ଧାନ ବୁଣିଛନ୍ତି । ଧାନ ଗଛ ଉଠିବ। ସକାଶେ। ତଳି ପକାଇବା ଚାଷୀ ବର୍ଷ। ହେଲେ ଧାନ ଲଗାଇବା ସକାଶେ ଚାତକ ପକ୍ଷୀ ପରି ଆକାଶ କୁ ଚାହିଁ ବସିଛି । ଚଳିତ ବର୍ଷ କିପରି ଧାନ ଚାଷ ହେବ ଚିନ୍ତାରେ ଚାଷୀ କେବଳ ଭଗବାନ ଭରସା ରେ ଚାଷୀ ଅଛନ୍ତି ।

Exit mobile version