ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ନୂତନ ଶିକ୍ଷା ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ବିରୋଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶାର ନୂତନ ଶିକ୍ଷା ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ବିରୋଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଓ ନେତୃବୃନ୍ଦ କଲେଜ ଛକ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବିଜେପି ସରକାରଙ୍କ ଅପାରଗତାକୁ ନେଇ ଗର୍ଜିଛନ୍ତି। ଶିକ୍ଷା ପାଠ୍ୟ ପୁସ୍ତକର ତୃଟି ଅକ୍ଷମଣୀୟ ବୋଲି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ବର୍ତ୍ତମାନ ସରକାର ସମସ୍ତ କ୍ଷେତ୍ରରେ ରଙ୍ଗ ପରିବର୍ତ୍ତନ କରି ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି, ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିକ୍ଷୋଭକାରୀ। ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ରାଜ୍ୟ ବିଜେଡି ସଭାପତି ନୀଳମାଧବ ମହାନ୍ତି, ରାଜ୍ୟ ବିଜେଡି ଉପସଭାପତି ନିହାର ଶତପଥୀ, ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ୍ ତ୍ରିପାଠୀ, ଜିଲ୍ଲା ବିଜେଡି ଯୁବ ସଭାପତି ଲେଙ୍କା ସିମଦ୍ରି, ସମସ୍ତ ଅଧକ୍ଷ,ଅଧ୍ୟକ୍ଷା ,ସରପଞ୍ଚ, ସଭ୍ୟସଭ୍ୟା, ବିଜେଡି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ !
ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ବିରୋଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ !!!

