Site icon Awaj Media

କୋରାପୁଟ ରେ ପଣ୍ଡିତ ଗୋପବନ୍ଧୁ ଙ୍କ 98 ତମ ଶ୍ରାଦ୍ଧ ବାର୍ଷିକ ପାଳିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ପଣ୍ଡିତ ଗୋପବନ୍ଧୁ ଙ୍କ 98 ତମ ଶ୍ରାଦ୍ଧ ବାର୍ଷିକ ପାଳିତ l ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ 98 ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି l ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଥିବା ନରେନ୍ଦ୍ର ସରୋବର ଠାରେ ସମାଜ ର ପ୍ରତିନିଧି ଘନଶ୍ୟାମ ରଥ ଓ ବୁଦ୍ଧିଜୀବୀ ମାନେ ତିଳ ତର୍ପଣ କରିଥିଲେ ! ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ କୋରାପୁଟ ବିଧାୟକ ରଘୁରାମ ମାଛ , ଜିଲ୍ଲାପାଳ ପ୍ରେମଚାନ୍ଦ ହିଆଲ , ପୌର ଅଧ୍ୟ୍ୟକ୍ଷ ଲଲାଟ ରଞ୍ଜନ ସେଠି , ଗୋପବନ୍ଧୁ ସେବାସମିତି ର ଭବାନୀ ଶଙ୍କର ମିଶ୍ର , ପ୍ରହଲ୍ଲାଦ ସାହୁ , ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ଅଧିକାରିଣୀ ରାଧାରlଣି ସରକାର , ଅଲିଭା ବେହେରା ପୁଷମାଲ୍ୟ ଅର୍ପଣ କରିଥିଲେ l ପରେ ସ୍ଥାନୀୟ ସ୍ୱରସ୍ବତୀ ଶିଶୁଵିଦ୍ୟାମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ! କୋରାପୁଟ ବିଧାୟକ ରଘୁରାମ ମାଛ , ପୌର ଅଧ୍ୟକ୍ଷ ଲଲlଟ ରଞ୍ଜନ ସେଠି , ସମାଜର ବିଏମ ସମୀର ପରିଡା , ରମେଶ ପାତ୍ର , ଜଳଧର ସ୍ୱାଇଁ , ଘନଶ୍ୟାମ ରଥଙ୍କ ସମେତ ବିଦ୍ୟାମନ୍ଦିର ର ପ୍ରଧାନ ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

Exit mobile version