ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପେଟ୍ରୋଲ ଟାଙ୍କି ଅନୁମୋଦନ ପୂର୍ବରୁ ହେଉନାହିଁ ସ୍ଥାନର କିସମ ଯାଞ୍ଚ , କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ କେତେକ ପେଟ୍ରୋଲ ଟାଙ୍କି ସରକାରୀ , ଅନାବାଦୀ ଏବଂ ଗୋଚର କିସମ ଜମି ଉପରେ ଥିବା ସୂଚନା ମିଳିଛି ! ପେଟ୍ରୋଲ ବିତରଣ କରୁଥିବା ସଂସ୍ଥା ବିଜ୍ଞାପନ ଦେବା ପରେ ପେଟ୍ରୋଲ ପମ୍ପ ଚୟନ ପୋର୍ଟାଲ ରେ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଆବେଦନ କରିବାକୁ ପଡିଥାଏ ! ଗ୍ରାମାଞ୍ଚଳ ପାଇଁ ୮ ଶହ ବର୍ଗ ମିଟର ଏବଂ ଜାତୀୟ ରାଜପଥ ପାର୍ଶ୍ୱ କିମ୍ବା ସହରାଞ୍ଚଳରେ ୨ ହଜାର ବର୍ଗ ମିଟର ନିଜସ୍ୱ ଜାଗା କିମ୍ବା ଅଣତିରିଶ ବର୍ଷରୁ ଅଧିକ ସମୟ ଲିଜ ଥିବା ଜାଗା ଆବେଦନ ପାଇଁ ପ୍ରଯୁଜ୍ୟ ଅଟେ ! ତେବେ ଚୟନ ପୂର୍ବରୁ ଆବେଦନ ସହ ଦର୍ଶା ଯାଇଥିବା ଜାଗାର ଯାଞ୍ଚ ବିଧି ମତେ ହୋଇଥାଏ ! କିନ୍ତୁ ଆଶ୍ଚଯ୍ୟର କଥା ବାଙ୍କୀ ବିଶେଷ କରି କଳାପଥର ଅଂଚଳରେ କେତେକ ପେଟ୍ରୋଲ ପମ୍ପ ଅନାବାଦୀ କିସମ ଜମି ଉପରେ ଅବସ୍ଥିତ , କିପରି ଭାବରେ ଜମିର କିସମ ଯାଞ୍ଚ ନହୋଇ ପେଟ୍ରୋଲ ପମ୍ପ ପାଇଁ ଅନୁମତି ମିଳିଲା ତାହା ଆଶ୍ଚଯ୍ୟ ସୃଷ୍ଟି କରିଛି ! ଘଟଣା ସମ୍ପର୍କରେ କଳାପଥର ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମର ଜଣେ ଓକିଲ ପୋର୍ଟାଲ ରେ ଅଭିଯୋଗ କରିବା ପରେ ସତ୍ୟ ସାମନାକୁ ଆସିଛି !
ପେଟ୍ରୋଲ ଟାଙ୍କି ଅନୁମୋଦନ ପୂର୍ବରୁ ହେଉନାହିଁ ସ୍ଥାନର କିସମ ଯାଞ୍ଚ !!!

