Site icon Awaj Media

ଶାବର ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାବର ଶ୍ରୀକ୍ଷେତ୍ର ରେ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ l ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର ରେ ଜିଲ୍ଲା ପ୍ରଶାସନ ମନ୍ଦିର , ପ୍ରଶାସନ , ଭକ୍ତ ଗଣ , ପୋଲିସ ପ୍ରଶାସନ ସମସ୍ତେ ପ୍ରସ୍ତୁତ ହୋଇଗଲେଣି ! ବଡ଼ ଦାଣ୍ଡରେ ତିନି ରଥ ବି ପ୍ରସ୍ତୁତ , ଆଜି ମନ୍ଦିର ପ୍ରଶାସନ ତରଫରୁ ଜଗନ୍ନାଥ , ବଳଭଦ୍ର , ମାତା ସୁଭଦ୍ରା ଙ୍କ ରଥକୁ ପ୍ରତିଷ୍ଠା କରାଯାଇଛି ! ରୀତିନୀତି ଅନୁସାରେ ହୋମ ଯଜ୍ଞ ବରୁଣ ଙ୍କୁ ଆହ୍ୱାନ ସହ ତିନୋଟି ରଥ କୁ ନିର୍ଦ୍ଧାରିତ ସମୟରେ ପ୍ରତିଷ୍ଠା କରାଯାଇଛି ! ରଥ ତିନୋଟିକୁ ସୁସଜିତ କରାଯାଇଛି , ଅନ୍ୟପଟେ ଦେଖିଲେ ମାଉସୀ ମା ଙ୍କ ମନ୍ଦିର ବି ପ୍ରସ୍ତୁତ ହୋଇସାରିଛି ! ଅପେକ୍ଷା ରହିଛି କେତେବେଳେ ଭକ୍ତ ଙ୍କ ଗହଣ ରେ ଆସନ୍ତାକାଲି ତିନୋଟି ରଥରେ , ତିନି ଠାକୁର ମାଉସୀ ମା ଙ୍କ ନିକଟରେ ପହଂଚିବେ ! ନେତ୍ର ଉତ୍ସବ ରେ ଭକ୍ତ ଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇ , ଆସନ୍ତାକାଲି ଭକ୍ତଙ୍କ ଗହଣ ରେ ବଡ଼ ଦାଣ୍ଡ ରେ ମାଉସୀ ଘରକୁ ଯିବେ ମହାପ୍ରଭୁ !

Exit mobile version