Site icon Awaj Media

ରଥଯାତ୍ରା ସେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟପାଳଙ୍କ ପ୍ରେରଣା !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତଓ ସେବାମୂଳକ ଭାବେ ସମ୍ପନ୍ନ କରିବା ପାଇଁ ଭାରତ ସ୍କାଉଟ ଓ ଗାଇଡ଼, ଜାତୀୟ ରେଡ଼କ୍ରସ ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସର ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କୁ ଉତ୍ସାହିତ ଓ ପ୍ରେରିତ କରିବା ଉଦ୍ଦେଶ୍ୟରେ ପୁରୀ ଟାଉନ ହଲ୍‌ରେ ଏକ ପ୍ରେରଣାଦାୟକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ରାଜ୍ୟପାଳ ମାନ୍ୟବର ଡ଼ଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ, ଓଡ଼ିଶା ଅଗ୍ନିଶମ ସେବା ବିଭାଗର ଡିଜି ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଭାରତ ସ୍କାଉଟ ଗାଇଡ଼ ଓଡ଼ିଶାର ମୁଖ୍ୟ କମିଶନର କାଳିପ୍ରସାଦ ମିଶ୍ର ଏବଂ ପୁରୀ ଜିଲ୍ଲାର ଶିକ୍ଷା ଅଧିକାରୀ ଡ଼ଃ ଦୀପକ କୁମାର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ମାନବସେବାର ଭାବନା ସହ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସେବା, ସହାୟତା ଏବଂ ଜରୁରୀକାଳୀନ ସହଯୋଗ ଯୋଗାଇବାରେ ଏହି ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସଭାରେ ସେମାନଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବା ସହ ଉତ୍ସାହିତ ମଧ୍ୟ କରାଯାଇଥିଲା ।

Exit mobile version