Site icon Awaj Media

ବଟବୃକ୍ଷ ଉପହାର 300 ମିଶନରେ ଆଦର୍ଶ ଯୁବ ପରିଷଦ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବଟବୃକ୍ଷ ଉପହାର 300 ମିଶନରେ ଆଦର୍ଶ ଯୁବ ପରିଷଦ । ବନ ମହୋତ୍ସବ ସପ୍ତାହରେ ସ୍ବେଛାସେବୀଙ୍କ ଶପଥ , ବର୍ଷ ସାରା ବୃକ୍ଷରୋପଣ ହେବ ଡମପଡା ବ୍ଲକରେ | ରାଜ୍ୟ ସରକାରଙ୍କ ଦ୍ଵାରା ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପାଇଛି ଅନୁଷ୍ଠାନ | ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଚକାପଡା ଗ୍ରାମର ଅଗ୍ରଣୀ ଯୁବ କ୍ଳବ୍ ଆଦର୍ଶ ଯୁବ ପରିଷଦ ଗତ ଦୁଇ ବର୍ଷ ଧରି ଏକ ନୂତନ ଚିନ୍ତାଧାରା ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ କରିଚାଲିଛି । ଗତ ଦଶ ବର୍ଷ ଧରି ଅନେକ ଜନହିତକର କାମକୁ ତ୍ୱରାନ୍ୱିତ କରିବାରେ ବହୁତ ଆଗରେ ରହିଛି । ଗତ ବର୍ଷ ବର, ଓସ୍ତ, ଜାମୁ, ବଉଳ, ଅଶୋକ ଓ ନିମ ବୃକ୍ଷ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ସ୍ଥାନ ଯଥା ବାଘଖିଆ ନାଳ, ଚକାପାଦ, ବ୍ରହ୍ମପୁରା, ଅରପୁର, ଶିଶୁଆ, ପାଥପୁର, ଭଗିପୁର ଓ କୁଶୁପଙ୍ଗୀ ଆଦି ସ୍ଥାନରେ ରୋପଣ କରାଯାଇଥିଲା। ଏହାସହିତ ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ ଓ ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସାମନ୍ତରାପୁରଠାରେ ପରିଷଦ ତରଫରୁ ଚାରାରୋପଣ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଶୁପଙ୍ଗୀ ଓ ଡମପଡ଼ା ମୁଖ୍ୟ ରାସ୍ତାର ଅନାହତ ଗୁମ୍ପାର ପାଦଦେଶରେ ଅନାହତ ବିକାଶ ପରିଷଦ କୁଶୁପଙ୍ଗୀର ସହଯୋଗରେ ପରିବେଶ ପାଇଁ ସାମ୍ପ୍ରତିକ ସମୟରେ‌ ଵୃକ୍ଷ ନିହାତି ଆବଶ୍ୟକ କରୁଥିବାବେଳେ ଅନୁଷ୍ଠାନ ତରଫରୁ ୪ଗୋଟି ବଟବୃକ୍ଷ ରୋପଣ କରାଯାଇଥିଲା। ରଘୁନାଥ କ୍ଳବ ଗୋଡିପାଟଣା ଓ ଶ୍ରୀରାମ କମିଟି ତାଳବସ୍ତର ସହଯୋଗରେ ତାଳବସ୍ତ ଗୋଡିପାଟଣା ମଧ୍ୟବର୍ତ୍ତୀ ସ୍ଥାନରେ ୪ଗୋଟି, ମା ଚର୍ଚ୍ଚିକା ୟୁଥ୍ କ୍ଳବ୍ ସହଯୋଗରେ ଚର୍ଚ୍ଚିକାରେ ୧ଟି, ପ୍ରତୀକ୍ଷା ସାହିତ୍ୟ ପରିବାର ଅରପୁରର ମିଳିତ ସହଯୋଗରେ ବଟବୃକ୍ଷ ରୋପଣ କରାଯାଇଛି। ବଟବୃକ୍ଷ ଯିଏକି ଅମର, ଅନେକ ପ୍ରତିକୂଳ ପରିସ୍ଥିତିରେ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ଅନେକ ପ୍ରକାରର ପଶୁପକ୍ଷୀ ଉକ୍ତ ଗଛରେ ବସାବାନ୍ଧୀ ନିଜ ପରିବାରକୁ ଆଗକୁ ନେଇଥାନ୍ତି। ଏହାର ଫଳ ପତ୍ର ଖାଇଥାନ୍ତି। ବିରାଟକାୟ ବୃକ୍ଷ ହୋଇ ଥିବାରୁ ଏହାର ଛାଇରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥାନ୍ତି ବୋଲି ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ କୁହନ୍ତି | ଏହାସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ପ୍ରଦାନ କରିଥାଏ। ବାଙ୍କୀର ବିଭିନ୍ନ ଗ୍ରାମରୁ ପାଖାପାଖି ୩୦ରୁ ଉର୍ଦ୍ଧ୍ୱ ୟୁଥ୍ କ୍ଳବ୍ କୁ ନେଇ ଆଗାମୀ ଦିନରେ ୩୦୦ବଟବୃକ୍ଷ, ୧୦୦ ଓସ୍ତ, ୩୦୦ନିମ ଗଛ ସହିତ ଅନ୍ୟାନ୍ୟ ବୃକ୍ଷରୋପଣ କରିବା ପାଇଁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଅଛି। ଚଳିତ ବର୍ଷ ରାଜ୍ୟ ସରକାର ପରିବେଶ ଦିବସରେ ଅନୁଷ୍ଠାନକୁ 20 ହଜାର ଆର୍ଥିକ ସହାୟତା ସହିତ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି | କଣ୍ଟାବାଡର ଆସ୍ଥା ଅନୁଷ୍ଠାନ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ର ବରିଷ୍ଠ କିରାଣୀ ବିପିନ କୁମାର ରାଉତ, ଯୁବ ସଂଗଠକ ନିଶାନ୍ତ ପ୍ରିୟମ୍ବଦ ଦାଶ, ବିଶ୍ଵ ରଞ୍ଜନ ସ୍ବାଇଁ, ଅଧ୍ୟାପିକା ମମତା ଜେନା, ପ୍ରକୃତିପ୍ରେମୀ ଶଶୀଭୁଷଣ ରଥ, ଅବସରପ୍ରାପ୍ର ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଶିକ୍ଷାବିତ ମନୋଜ କୁମାର ରାଉତ, କବି ଲଲାଟେନ୍ଦୁ ପଣ୍ଡା ପ୍ରମୁଖଙ୍କ ସହଯୋଗର ହାତ ବଢାଇ ଏହାକୁ ବ୍ୟାପକ କରିବା ପାଇଁ ଚଳିତ ବର୍ଷ ପରିଷଦକୁ ନିଵେଦନ କରିବା ସହ ସାମିଲ ହୋଇଥିବା ସମସ୍ତ ସମାଜସେବୀ ଓ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Exit mobile version