Site icon Awaj Media

ଗଜପତି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଇ ମେଲରେ ଧମକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଆସିଲା ଧମକପୂର୍ଣ୍ଣ ଇ-ମେଲ୍ ! କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ଏବଂ ବିସ୍ଫୋରଣ ଘଟିବ ବୋଲି ଇ-ମେଲ୍‌ରେ ଉଲ୍ଲେଖ ଥିବାରୁ ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶରେ ପୋଲିସ, ବମ୍ ସ୍କ୍ୱାର୍ଡ ଓ ସୁରକ୍ଷାବାହିନୀ ପକ୍ଷରୁ କୋର୍ଟ ପରିସରରେ ତଲାସି ଯାଞ୍ଚ କରାଯାଇଥିଲା । ତେବେ ଦୀର୍ଘ ସମୟ ଧରି ଯାଞ୍ଚ ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା । ଫଳରେ ଏହା ଫେକ୍ ଧମକ ହୋଇଥିବା ସନ୍ଦେହ କରାଯାଉଛି I ସୂଚନା ଅନୁଯାୟୀ, ଏକ ଅଜଣା ଇ-ମେଲ୍ ଆଇଡିରୁ ଜିଲ୍ଲା କୋର୍ଟ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ ବାର୍ତ୍ତା ଆସିଥିଲା । ଖବର ପାଇବା ମାତ୍ରେ କୋର୍ଟ ପରିସରକୁ ସୁରକ୍ଷା ବଳୟରେ ଘେରାବନ୍ଦୀ ରଖାଯାଇଥିଲା । ବମ୍‌ ସ୍କ୍ୱାର୍ଡ , ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ କୋର୍ଟର ପ୍ରତ୍ୟେକ କୋଣ ଓ କକ୍ଷକୁ ଅତି ସତର୍କତାର ସହ ଯାଞ୍ଚ କରାଯାଇଥିଲା । ତେବେ ତଲାସି ଅଭିଯାନ ଶେଷରେ କୌଣସି ବୋମା କିମ୍ବା ବିସ୍ଫୋରକ ସାମଗ୍ରୀ ମିଳି ନଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ! ଅନ୍ୟ ପକ୍ଷରେ, ଘଟଣାକୁ ଗୁରୁତର ସହ ନେଇ ପୋଲିସ ଇ-ମେଲ୍‌ର ଉତ୍ସ, ପ୍ରେରକଙ୍କ ପରିଚୟ ଓ ଧମକ ପଛର କାରଣ ଜାଣିବା ପାଇଁ ତନାଘନା ଆରମ୍ଭ କରିଛି ।

Exit mobile version