Site icon Awaj Media

ରଥଯାତ୍ରା ସେବା ଶିବିର –୨୦୨୬ ସଫଳ ଆୟୋଜନ : ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଗଜପତି ଜିଲ୍ଲା ପକ୍ଷରୁ ଆୟୋଜିତ ରଥଯାତ୍ରା ସେବା ଶିବିର–୨୦୨୬ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ସଫଳତାର ସହ ଅନୁଷ୍ଠିତ ହୋଇଛି।

ଏହି ସେବା ଶିବିରର ସଫଳ ଆୟୋଜନରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି, ପିଏମ୍ ଶ୍ରୀ ଏମ୍.ଆର୍. ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମଚାରୀ, ଜିଲ୍ଲା ଅର୍ଗାନାଇଜିଂ କମିଶନର (DOC), ଯୁଗ୍ମ ଜିଲ୍ଲା ସମ୍ପାଦକ, ଜିଲ୍ଲା ଟ୍ରେନିଂ କମିଶନର (ସ୍କାଉଟ୍ସ ଓ ଗାଇଡ୍ସ), ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ୍, ସ୍କାଉଟ୍ସ, ଗାଇଡ୍ସ, ଏନ୍.ସି.ସି. କ୍ୟାଡେଟ୍ ଓ ସମସ୍ତ ସ୍ୱେଚ୍ଛାସେବୀଙ୍କ ଅମୂଲ୍ୟ ସହଯୋଗ ରହିଥିଲା।

ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଜିଲ୍ଲା ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ସମସ୍ତଙ୍କର ନିଷ୍ଠା, ଶୃଙ୍ଖଳା, ଟିମ୍ ସ୍ପିରିଟ୍ ଏବଂ ନିଷ୍କାମ ସେବାଭାବ ଯୋଗୁଁ ଭକ୍ତମାନଙ୍କୁ ସୁବିଧା ପ୍ରଦାନ କରିବା ସହ ସେବା ଶିବିରକୁ ସଫଳ ଭାବେ ପରିଚାଳନା କରିବା ସମ୍ଭବ ହୋଇପାରିଛି।

Exit mobile version