ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଖାଦ୍ୟ ନିରାପତ୍ତା, ଯୋଗାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ରାସନ , ଫାଷ୍ଟଫୁଡ ଓ ଜଳଖିଆ ଦୋକାନ ଗୁଡ଼ିକରେ ଯାଞ୍ଚ ବେଳେ ନିୟମ ଉଲ୍ଲଂଘନକାରୀ ମାନଙ୍କ ଠାରୁ ମୋଟ 19 500 ଟଙ୍କା ଜରିମାନା ଆଦାୟ କରାଯାଇଛି । ସେଥି ମଧ୍ୟରୁ ବୈଧ ମାପ ଓ ଓଜନ ବିଭାଗ 7 ହଜାର ଟଙ୍କା ଏବଂ ଖାଦ୍ୟ ନିରାପତ୍ତା ବିଭାଗ 12 ହଜାର 500 ଟଙ୍କା ଜରିମାନା ଆଦାୟ କରା ଯାଇଥିବାର ବିଭାଗ ପକ୍ଷରୁ ଜଣା ପଡ଼ିଛି ! ଚଢ଼ାଉରେ ଖାଦ୍ୟ ନିରାପତ୍ତା ନିରୀକ୍ଷକ , ବୈଧ ମାପ ଓ ଓଜନ ନିରୀକ୍ଷକ କଲ୍ୟାଣ କୁମାର ସେନାପତି, ଅତିରିକ୍ତ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ସ୍ୱହୋମ୍ ଭୋଇ, ଯୋଗାଣ ନିରୀକ୍ଷକ ରୀତା ବେହେରା ଓ ଏସ. ସତ୍ୟବ୍ରତଙ୍କ ସମେତ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ କର୍ମଚାରୀ ସାମିଲ ଥିଲେ । ହୋଟେଲ, ରେଷ୍ଟରେଣ୍ଟ ଗୁଡିକରେ ଘରୋଇ ଗ୍ୟାସ ସିଲିଣ୍ଡର ଯାଞ୍ଚ କରାଗଲେ କଳାବଜାରୀ ରୋକାଯାଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।
ପାରଳାଖେମୁଣ୍ଡିର ବିଭିନ୍ନ ହୋଟେଲ, ମିଠା ଦୋକାନ, ଫାଷ୍ଟଫୁଡ୍ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ !!!

