ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଶିଷ୍ଟ ପ୍ରବଚକ ଏବଂ ପୂଜକଙ୍କ ଦୁର୍ଘଟଣାରେ ମୃତ୍ୟୁ , ଡମପଡା ବ୍ଲକରେ ଶୋକର ଛାୟା | ବାସଭବନରେ ଅନ୍ତିମ ଦର୍ଶନ କଲେ ବାଙ୍କୀର ବହୁ ବିଶିଷ୍ଟ ଵ୍ୟକ୍ତି | ଗତ ଜୁଲାଇ 11 ତାରିଖ ଦିନ ଅରପୁର ବ୍ରିଜଗୋଡି ରାସ୍ତାରେ ଏକ ବୋଲେରୋ ଗାଡି ସାଇଡ ମାରିବା ଦ୍ଵାରା ଭାରସାମ୍ୟ ହରାଇ ତାଳବସ୍ତ ଅଂଚଳର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତିତ୍ୱ ତଥା ଅରପୁର ରଘୁନାଥ ମନ୍ଦିର ର ପୂଜକ ପ୍ରଦୀପ ପାଳ ଦୁର୍ଘଟଣାରେ ଭୀଷଣ ଆହତ ହୋଇ କଟକର ଏକ ଘରୋଇ ମେଡିକାଲରେ ଆଇସିୟୁ ରେ ରହି ଚିକିତ୍ସିତ ହେଉଥିଲେ | ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି | ତାଙ୍କୁ ମୃତ୍ୟୁ ବେଳକୁ 58 ବର୍ଷ ହୋଇଥିଲା , ଶ୍ରୀଯୁକ୍ତ ପାଳଙ୍କ ମୃତ୍ୟରେ ଡମପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି | ଅନ୍ତିମ ଯାତ୍ରାରେ ପାର୍ଥିବ ଶରୀର ତାଙ୍କ ବିଦ୍ୟାଧରପୁର ବାସଭବନରୁ ବାହାରି ତାଳବସ୍ତ ଏବଂ ଅରପୁର ଗ୍ରାମ ପରିକ୍ରମା କରି ପୁରୀ ସ୍ୱର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି |ବଡ଼ ପୁଅ ରୋଶନ କୁମାର ମୁଖାଗ୍ନି ଦେଇଥିଲେ |
ଏଠାରେ ସୂଚନା ଯୋଗ୍ୟ ଯେ ଆମ ଚ୍ୟାନେଲ ରେ ଜୁଲାଇ 14 ତାରିଖରେ ଉକ୍ତ ଦୁର୍ଘଟଣା ଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ଉପରେ ଏକ ସ୍ୱତନ୍ତ୍ର ଷ୍ଟୋରୀ ନିୟୁଜ ପ୍ରକାଶ ପାଇଥିଲା | ପ୍ରଶାସନର ଦୃଷ୍ଟି ଆକର୍ଷଣ ହୋଇଅଛି, ତୁରନ୍ତ ରାସ୍ତା ଉପରେ ଥିବା ବିଦ୍ୟୁତ ସିମେଣ୍ଟ ଖୁଣ୍ଟ ସ୍ଥାନାନ୍ତରଣ ହେବ ବୋଲି ବିଦଦ୍ୟୁ କ୍ଷନିଷ୍ଠ ଯନ୍ତ୍ରୀ ଦିବ୍ୟ ଶଙ୍କର ସାହୁ କହିଛନ୍ତି | ସ୍ବର୍ଗତ ପ୍ରଦୀପ ପାଳଙ୍କ ବିୟୋଗରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ, ଅରାପୁର ଗ୍ରାମ ମୁରବୀ ଜୟାନନ୍ଦ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି |

