Site icon Awaj Media

ସଭାପତି ଭାବେ ରବୀନ୍ଦ୍ର ପାଣିଗ୍ରାହୀ ପୁନଃ ନିର୍ବାଚିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତସ୍ଥ ସରକାରୀ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପୁରୁଣା ବିଦ୍ୟାଳୟ ପରିଚାଳନା କମିଟି ଭାଙ୍ଗି ନୂଆ ସରକାରଙ୍କ ନିୟମାନୁସାରେ ଆଜି ଏକ ନୂଆ କମିଟି ଗଠିତ ହୋଇଅଛି | ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଜା ରାଉତଙ୍କ ସଂଯୋଜନାରେ ଦୁଇ ଶହରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ | ସେଥିମଧ୍ୟରୁ ସର୍ବ ସମ୍ମତି କ୍ରମେ 25 ଜଣିଆ କମିଟି କରି ପୁନର୍ବାର ତାଳବସ୍ତ ଅଂଚଳର ଦୁଇ ଶିକ୍ଷାବିତ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଏବଂ ଶ୍ରୀମତୀ ପ୍ରତିମା ସାହୁଙ୍କୁ ଯଥାକ୍ରମେ ସଭାପତି ଏବଂ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି | ନୂଆ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ ବିଦ୍ୟାଳୟର ପୂର୍ବ ଗାରିମା ଫେରେଇ ଆଣିବା ସହିତ ଅଭାବ ପଡ଼ିଥିବା ପଦବୀ ଗୁଡିକୁ ପୁରୁଣ ତଥା ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହିତ ବିଦ୍ୟାଳୟର ପ୍ରତିଷ୍ଠାତା ବାନାମ୍ବର ନାୟକ ଏବଂ ସ୍କୁଲର ଦିବଂଗତ ଶିକ୍ଷକ ମାନଙ୍କର ପ୍ରମିମୂର୍ତ୍ତି ବିଦ୍ୟାଳୟରେ ସ୍ଥାପନାକୁ ପ୍ରାଥମିକତା ଦେବି | ନୂଆ ପରିଚାଳନା କମିଟି ପ୍ରସ୍ତୁତି ବୈଠକରେ ତାଳବସ୍ତ ଅଞ୍ଚଳର ବହୁ ବୁଦ୍ଧିଜୀବି , ଅଙ୍ଗନବାଡି, ଆଶା କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ରହିଥିଲେ |

Exit mobile version