Site icon Awaj Media

ବୃଷଭ ଗ୍ରାମପଞ୍ଚାୟତରେ ଡିଏଲଏସଏ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ବୃଷଭ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଜଜ୍ ତଥା ଡିଏଲଏସଏ, ଗଜପତିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଡିଏଲଏସଏର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାଲସା (ଦାରିଦ୍ର୍ୟ ନିବାରଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା) ସ୍କିମ୍–୨୦୧୫ ଏବଂ ମହମ୍ମଦ ଆହମଦ ଖାନ ବନାମ ସାହ ବାନୋ ବେଗମ୍ ଓ ଅନ୍ୟାନ୍ୟ (Criminal Appeal No.103 of 1981) ମାମଲାର ଐତିହାସିକ ରାୟ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା । ବକ୍ତାମାନେ ଦରିଦ୍ର ଓ ଦୁର୍ବଳ ବର୍ଗଙ୍କ ପାଇଁ ମାଗଣା ଆଇନ ସହାୟତାର ସୁବିଧା ଏବଂ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ ଆଇନଗତ ଅଧିକାର ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ବିମଳ ରାଉଳ, ସଚିବ, ଡିଏଲଏସଏ, ଗଜପତି; ଶ୍ରୀ ରାଜେଶ କୁମାର ମିଶ୍ର, P. P, ଜିଲ୍ଲା କୋର୍ଟ, ଗଜପତି; ଶ୍ରୀ ପ୍ରଶାନ୍ତ ପାଲାକା , ସେରଙ୍ଗ ଥାନାର ଶ୍ରୀ ପ୍ରାଣ ରଞ୍ଜନ ନାୟକ, ମନୋବିଜ୍ଞାନୀ ଓ ସମାଜସେବୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି; ଶ୍ରୀମତୀ ପ୍ରଣତି ରଇତ, ସରପଞ୍ଚ, ବୃଷଭ ଗ୍ରାମପଞ୍ଚାୟତ; ଶ୍ରୀ ଚୌଧୁରୀ ଶିବ, ଏଡିଇଓ, ବୃଷଭା ଗ୍ରାମପଞ୍ଚାୟତ ଏବଂ ଶ୍ରୀ ଦୟା ପାଲାକା , ସମାଜସେବୀ, ଆଲଡା ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।

Exit mobile version