ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବା ସକାଶେ ଭକ୍ତଙ୍କ ସୁଅ ଛୁଟିଛି ! ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ ହୋଇଛି ।ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ଆଶା ଓ ବିଶ୍ୱାସ ରହିଛି । ତେଣୁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତ ମାନେ ନଡିଆ କଦଳୀ ଫୁଲ ତୁଳସୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଥାନ୍ତି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା ! ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି ! ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ମତ୍ସ୍ୟ ଓ କଛପ ଅବତାରରେ ଠାକୁରଙ୍କର ଦର୍ଶନ କଲେ ଭକ୍ତ !!!

