Site icon Awaj Media

ବାବା ସର୍ପେଶ୍ୱର ସେବା ଫାଉଣ୍ଡେସନ ତରଫରୁ ଆଠଗଡ ଅଂଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ସମାଜସେବା ର ନିଆରା ଉଦାହରଣ ! ସାହସୀ ମାନସ ଙ୍କ ନେତୃତ୍ୱରେ ଅସହାୟ ପରିବାରକୁ ହେଲା ଖାଦ୍ୟ ସାମଗ୍ରୀ ବିତରଣ ! କଟକ ଜିଲ୍ଲା ମୁଣ୍ଡଳୀ ଅଂଚଳର ବାବା ସର୍ପେଶ୍ୱର ସେବା ଫାଉଣ୍ଡେସନ ତରଫରୁ ଆଠଗଡ ଅଂଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ! ଆଠଗଡ ନିର୍ବାଚନ ମଣ୍ଡଳୀ ତଡିଙ୍ଗ ପଂଚାୟତର ବାଇଲ ଗାଁ ଏବଂ ଦହିସରା ଗାଁର ଆଦିବାସୀ ସାହିରେ ଫାଉଣ୍ଡେସନ ତରଫରୁ ପ୍ରାୟ ପାଞ୍ଚ ଶହ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ସାମାଜିକ କର୍ମୀ ! ସୂଚନା ଯୋଗ୍ୟ ମୁଣ୍ଡଳୀ ଅଂଚଳର ମାନସ ବେହେରା ଏବଂ ତାଙ୍କ ଟ୍ରଷ୍ଟ ର ସଦସ୍ୟ ମାନେ ବିଭିନ୍ନ ସାମାଜିକ କାମରେ ଯୋଡି ହୋଇ ରହିବା ସହିତ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ତୁରନ୍ତ ପହଂଚି ସହାୟତାର ହାତ ବଢାଇଥାନ୍ତି !

Exit mobile version