Site icon Awaj Media

ପାଣି ମିଟର ଚୋରି ଘଟଣାର ପର୍ଦ୍ଦାଫାଶ : ଅଭିଯୁକ୍ତ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ମଡେଲ ଥାନା ପୋଲିସ ସାଧାରଣ ଲୋକଙ୍କ ଘର ବାହାରେ ଲାଗିଥିବା ପାଣି ମିଟର ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୧୫ଟି ପାଣି ମିଟର ଓ ଏକ ହାତୁଡି ସହ ଉଦ୍ଧାର କରିଛି। ଥାନା କେସ୍ ନଂ-୩୦୦, ତା. ୧୯.୦୭.୨୦୨୬ U/s- 303 (2) BNS, R/w Sec-3 Prevention of Damage to Public Property Act ର ତଦନ୍ତ ସମୟରେ ସିସିଟିଭି ଫୁଟେଜ, ସ୍ଥାନୀୟ ତଦନ୍ତ, ବୈଷୟିକ ଯାଞ୍ଚ ଏବଂ ଗୁପ୍ତ ସୂଚନାକୁ ଆଧାର କରି ଗଜେନ୍ଦ୍ର ସାହିର ତାଡୁତୁରୀ ବିଷ୍ଣୁ (୨୭)ଙ୍କୁ ସନ୍ଦେହ କରାଯାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତଙ୍କ ସୂଚନା ଆଧାରରେ ତାଙ୍କ ଘରୁ ବିଭିନ୍ନ ଉପଭୋକ୍ତାଙ୍କର ୧୫ଟି ଚୋରି ହୋଇଥିବା ପିତ୍ତଳ ପାଣି ମିଟର ଉଦ୍ଧାର କରାଯାଇ ବ୍ୟବହାର କରିଥିବା ହାତୁଡି ସହ ଜବତ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗ (PHD) ପକ୍ଷରୁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ପ୍ରାୟ Rs. ୭,୦୦୦/- ମୂଲ୍ୟର ପାଣି ମିଟର କିସ୍ତି ଆକାରରେ ପ୍ରଦାନ କରାଯାଏ । ଏହି ପିତ୍ତଳ ନିର୍ମିତ ମିଟରଗୁଡ଼ିକର ଓଜନ ପ୍ରାୟ ୫୦୦ରୁ ୮୦୦ ଗ୍ରାମ ହୋଇଥାଏ। ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ୨୦୨୫ ମସିହାରୁ ରାତି ସମୟରେ ସହରର ବିଭିନ୍ନ ସ୍ଥାନରେ ଘର ବାହାରେ ରାସ୍ତା କଡ଼ରେ ଲାଗିଥିବା ପାଣି ମିଟର ଚୋରି କରୁଥିଲେ । ପରେ ସେହି ମିଟରଗୁଡ଼ିକୁ ସ୍କ୍ରାପ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରାଯାଉଥିଲା, ଯେଉଁଠାରେ ସେଗୁଡ଼ିକୁ ତରଳାଇ କିମ୍ବା ଭାଙ୍ଗି ନଷ୍ଟ କରି ବେଆଇନ ଭାବେ ବିକ୍ରି କରାଯାଉଥିଲା । ଏହି ଚୋରି ଯୋଗୁଁ ଅନେକ ଉପଭୋକ୍ତା ଆର୍ଥିକ କ୍ଷତି ସହ ପାନୀୟ ଜଳ ସଂଯୋଗରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ସ୍କ୍ରାପ ବ୍ୟବସାୟୀଙ୍କ ଚିହ୍ନଟ, ଅଧିକ ଚୋରି ହୋଇଥିବା ମିଟର ଉଦ୍ଧାର ଏବଂ ଅଭିଯୁକ୍ତଙ୍କ ସମ୍ପୃକ୍ତ ଅନ୍ୟାନ୍ୟ ସମାନ ଘଟଣାର ତଦନ୍ତ ଜାରି ରହିଛି ।

Exit mobile version