Site icon Awaj Media

ଧର୍ମପରାୟଣ ବ୍ୟକ୍ତିଙ୍କ ଅକାଳ ବିୟୋଗ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀରାମ କମିଟି ର ବରିଷ୍ଠ ସଦସ୍ୟ ତଥା ଧର୍ମପରାୟଣ ବ୍ୟକ୍ତି ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ମହାନ୍ତିଙ୍କର 71 ବୟସରେ ହୃଦଘାତରେ ତାଙ୍କ ତ୍ରିଶୂଳିଆ ବାସଭବନ ରେ ପରଲୋକ ହୋଇଯାଇଛି ! ଜଣେ ସମାଜସେବୀ ତଥା ଆଧ୍ୟାତ୍ମିକ ପ୍ରାଣ ଲୋକ ହିସାବରେ ସ୍ଥାନୀୟ ଅଂଚଳରେ ବହୁତ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ | ଶ୍ରୀରାମ କମିଟିର ପ୍ରତିଟି ସାମାଜିକ , ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ସହଯୋଗ ରହିଥିଲା ବୋଲି ଶ୍ରୀରାମ କମିଟିର ସଭାପତି ପ୍ରକୃତିବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ କହିଛନ୍ତି | ନିଜ ଗାଁ ଶ୍ମଶାନରେ ଶେଷ କୃତ୍ୟ ସହିତ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ | 2025 ମସିହାରେ ସେ ନିଜର ସେବାମୂଳକ କାର୍ଯ୍ୟକ୍ରମ ପାଇଁ ସେବାରତ୍ନ ସମ୍ମାନ ପାଇଥିଲେ | ବାଙ୍କୀର ବରିଷ୍ଟ ବିଜେପି ନେତା ତଥା ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି | କ୍ଷୀରୋଦ ବାବୁଙ୍କର ସରଳତା , ସ୍ନେହ, ନିଷ୍ଠା ଏବଂ ସମାଜସେବା ପ୍ରତି ଅବଦାନ ସଦା ସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆଧ୍ୟାତ୍ମିକ ଗୁରୁ ତଥା ଆମ ପରିବାର ଚକ୍ରର ଆବାହକ କୁମାର ଅମୀୟ , ଆଦର୍ଶ ଯୁବ ପରିଷଦର ଅଧ୍ୟକ୍ଷ ଅକ୍ଷୟ କୁମାର ସାମଲ କହିଛନ୍ତି |

Exit mobile version