ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରଳାର ପ୍ରଖ୍ୟାତ ଐତିହାସିକ ତଥା ଲିପିବିଦ୍ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ ତମ ଜୟନ୍ତୀ ଆସନ୍ତା ଅଗଷ୍ଟ ୧୯ ତାରିଖରେ ପାଳନ ନିମନ୍ତେ ସଂସଦର ସଭାପତି ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରାଜଗୁରୁଙ୍କ ଜୟନ୍ତୀ ସମାରୋହକୁ ଆଡ଼ମ୍ବରପୂର୍ଣ୍ଣ ଓ ଗୌରବମୟ ଭାବେ ପାଳନ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ମୃତି ଚାରଣ ସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସଂସଦର ସମ୍ପାଦକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଜୟନ୍ତୀ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ରୂପେ ନିମନ୍ତ୍ରଣ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସତ୍ୟନାରାୟଣ ରାଜଗୁରୁଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗୀତା କରାଯିବା ପାଇଁ ସ୍ଥିର କରାଯାଇଛି। ପ୍ରସ୍ତୁତି ବୈଠକରେ ଶ୍ରୀମତୀ ଆଶାଲତା ପାଣୀଗ୍ରାହୀ, ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀ ଶଶୀଭୂଷଣ ପଟ୍ଟନାୟକ, ଶ୍ରୀ ଭାଗବତ ପାଢ଼ୀ, ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଶ୍ରୀ ଶରତ କୁମାର ସାହୁ, ଶ୍ରୀ ଜଗଦୀଶ ମହାପାତ୍ର , ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ ତମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ !!!

