Site icon Awaj Media

ଗୁଣ୍ଡିଚାବାଡିରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା : କୃଷ୍ଣ ଓ ବଳରାମ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁଣ୍ଡିଚାବାଡିରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା , କୃଷ୍ଣ ଓ ବଳରାମ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ରଥଯାତ୍ରାର ସପ୍ତମ ଦିନରେ ଠାକୁର କୃଷ୍ଣ ବଳରାମ ବେଶ ଧାରଣ କରିଥିଲେ ! ଅନୁକୂଳ ପାଗ ଯୋଗୁଁ ଭକ୍ତ ମାନେ ବେଶ ଖୁସିରେ ଠାକୁରଙ୍କୁ ଦର୍ଶନ କରିବା ସହ ଆଶିଷ ନେଇଛନ୍ତି । ଆଖପାଖ ଗ୍ରାମ ଏବଂ ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା ! ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା , ରଥଯାତ୍ରା ଅନ୍ନ ପ୍ରସାଦ କମିଟି ପକ୍ଷରୁ ଗୁଣ୍ଡିଚା ବାଡିରେ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନ୍ନ ପ୍ରସାଦ କମିଟିର ସଦସ୍ୟ ମାନେ ଏହାକୁ ପରିଚାଳନା କରୁଛନ୍ତି । ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ ସମସ୍ତ ପଦକ୍ଷେପ ନିଆଯାଇଛି । ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ସକଳ ପାପ ନଷ୍ଟ ହୋଇ ପୁଣ୍ୟ ମିଳେ ଓ ପୁନର୍ଜନ୍ମ ହୁଏ ନାହିଁ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ତେଣୁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ଭକ୍ତ ମାନେ ଆସୁଛନ୍ତି । ତା ସହ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିବାର ଦେଖା ଦେଇଛି । ଭକ୍ତ ମାନେ ନଡିଆ , କଦଳୀ , ଫଳ , ପଦ୍ମ ଫୁଲ , ତୁଳସୀମାଳ ପ୍ରଭୃତି ପୂଜା ସାମଗ୍ରୀ ଆଣି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥାନ୍ତି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ କରାଯାଇଛି , ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Exit mobile version