Site icon Awaj Media

ନୂଆ ପିତାପଡ଼ା ଗ୍ରାମର ଖେଳ ପଡ଼ିଆର ଜରାଜୀର୍ଣ୍ଣ ଅବସ୍ଥା : ଯୁବ ସମାଜସେବୀଙ୍କ କ୍ଷୋଭ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ନୂଆ ପିତାପଡ଼ା ଗ୍ରାମର ଖେଳ ପଡ଼ିଆ ଆଜି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ପୂର୍ବ ସରକାରଙ୍କ ସମୟରେ ଏହି ଖେଳ ପଡ଼ିଆର ଉନ୍ନତୀକରଣ କରାଯିବ ଏବଂ ଏହାକୁ ଏକ ଆଧୁନିକ ଉପାନ୍ତ ଖେଳପଡ଼ିଆରେ ରୂପାନ୍ତରିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ବାସ୍ତବରେ ଏହା କେବଳ ପ୍ରତିଶ୍ରୁତିରେ ହିଁ ସିମୀତ ରହିଯାଇଛି । ବର୍ତ୍ତମାନ ଏହି ପଡ଼ିଆର ଅବସ୍ଥା ଅନ୍ତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି । ପଡ଼ିଆ ଚାରିପଟେ ଘାାସବୁଦା ଏବଂ ଅସମାନ ଭୂମି ଯୋଗୁଁ ଖେଳାଳି ମାନେ ଖେଳିବା ପାଇଁ ଆସି ନିରାଶ ହୋଇ ଫେରି ଯାଉଛନ୍ତି । ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ଓ କ୍ରିଡ଼ାପ୍ରେମୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକମାତ୍ର ଉପଯୁକ୍ତ ସ୍ଥାନରୁ ବଞ୍ଚିତ ହେଉଛନ୍ତି । ପ୍ରଶାସନ ଏବଂ ସରକାରଙ୍କ ଏପରି ଉଦାସୀନତାକୁ ନେଇ ସ୍ଥାନୀୟ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, “ଗ୍ରାମାଞ୍ଚଳର ଯୁବକମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଆଗକୁ ବଢ଼ାଇବା ପାଇଁ ସରକାର ବଡ଼ବଡ଼ କଥା କହୁଛନ୍ତି, କିନ୍ତୁ କାମରେ କୌଣସି ପଦକ୍ଷେପ ନିଆଯାଉନାହିଁ । ତୁରନ୍ତ ଏହି ଖେଳ ପଡ଼ିଆର ପୁନରୁଦ୍ଧାର ଏବଂ ଉନ୍ନତୀକରଣ କରାନଗଲେ ଆଗାମୀ ଦିନରେ ଯୁବ ସମାଜ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Exit mobile version