Site icon Awaj Media

ରଥଯାତ୍ରାରେ ଯାଞ୍ଚ ହେଉନି ଖାଦ୍ୟର ମାନ : ମିଳୁନି ବିଶୁଦ୍ଧ ପାନୀୟ ଜଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଚାଲିଥିବା ରଥଯାତ୍ରା ରେ ବିକ୍ରୀ ହେଉଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉନାହିଁ । ଯାତ୍ରା ରେ ଚାଟ, ଚାଓମିନ , ଗୁପଚୁପ, ବିରୀୟ।ନି, ବିଭିନ୍ନ ପ୍ରକାର ମିଠା, ବିଭିନ୍ନ ପ୍ରକାର ଭାଜି କୁ ତଦାରଖ କରାଯାଉନାହିଁ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗା ଯାଉନାହିଁ ! ବିଭାଗର ଗାଇଡ଼ ଲାଇନ ଅନୁସାରେ ଗହଳି ସ୍ଥାନରେ ଖାଦ୍ୟ ର ମାନ ଯାଞ୍ଚ କରିବା କଥା ତ। ହେଉନାହିଁ । ପାଣି ବୋତଲ ଏବଂ ପାଣି ପାଉଚ କୁ ଯାଞ୍ଚ କରାଯାଉନାହିଁ । ବିଭିନ୍ନ କମ୍ପାନୀ ର ପାଣି ବୋତଲ ଓ ପାଉଚ ବିକ୍ରି ହଉଛି ତାହା ମଧ୍ୟ ଯାଞ୍ଚ ହେଉନାହିଁ । ବହୁଳ ଭାବରେ ଘରୋଇ ସିଲିଣ୍ଡର ଯାତ୍ରାର ବିଭିନ୍ନ ଷ୍ଟଲରେ ବ୍ୟବହାର ହେଉଛି , ତାହା ଉପରେ କାହାରି ନିଘା ନାହିଁ ! ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ଉଠିଛି ପ୍ରଶ୍ନ !

Exit mobile version